ଓଡିଶା

odisha

ETV Bharat / bharat

ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି କରି ଏଟିଏମରୁ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ହାଇଦ୍ରାବାଦ କୁକଟପଲ୍ଲୀ ପଟେଲକୁଣ୍ଟା ପାର୍କ ନିକଟ ଏଚଡିଏଫସି ବ୍ୟାଙ୍କ୍‌ ଏଟିଏମରେ ଗୁଳିକାଣ୍ଡ । ଜଣେ କର୍ମଚାରୀ ମୃତ । ଅଧିକ ପଢନ୍ତୁ...

ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି କରି ଏଟିଏମରୁ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ
ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି କରି ଏଟିଏମରୁ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

By

Published : Apr 29, 2021, 5:16 PM IST

ହାଇଦ୍ରାବାଦ: ପଡୋଶୀ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବ୍ୟାଙ୍କ୍‌ରେ ଗୁଳିକାଣ୍ଡ । ବ୍ୟାଙ୍କ୍‌ରେ ନିକଟରେ ଥିବା ଏଟିଏମରେ ସୁରକ୍ଷାକର୍ମୀଙ୍କୁ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ । ହାଇଦ୍ରାବାଦ କୁକଟପଲ୍ଲୀ ପଟେଲକୁଣ୍ଟା ପାର୍କ ନିକଟ ଏଚଡିଏଫସି ବ୍ୟାଙ୍କ୍‌ ଏଟିଏମରେ ଘଟିଛି ଏହି ଘଟଣା ।

ବ୍ୟାଙ୍କ୍‌ରେ ଥିବା ଏଟିଏମରେ କର୍ମଚାରୀମାନେ ଟଙ୍କା ଭର୍ତ୍ତି କରୁଥିବା ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । 4 ରାଉଣ୍ଡ ଗୁଳି ଚଳାଇବା ପରେ ଟଙ୍କା ଲୁଟ କରି ଫେରାର ହୋଇଯାଇଥଇଲେ ଦୁବୃର୍ତ୍ତ ।

ଗୁଳିମାଡରେ ବ୍ୟାଙ୍କ୍‌ର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ 2 ବୁଲେଟ ଜବତ ହୋଇଛି । କମିଶନର ସଜନାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ABOUT THE AUTHOR

...view details