ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତି ଲାଗି ରହିଛି । ଅନେକ ସ୍ଥାନରେ ହିଂସାକାଣ୍ଡ ପ୍ରକାଶ ପାଉଛି । ତେଣୁ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ୩ଟି ସହରରେ ଫ୍ଲାଗ ମାର୍ଚ କରିଛି ସୁରକ୍ଷା ବାହିନୀ । ଶୁକ୍ରବାର କର୍ଣ୍ଣାଟକ ଉଡୁପି ଠାରେ ସୁରକ୍ଷା ବାହିନୀ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ସମସ୍ତଙ୍କୁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।
ଇତିମଧ୍ୟରେ କର୍ଣ୍ଣାଟକ ସରକାର ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାରଠୁ କର୍ଣ୍ଣାଟକରେ ସ୍କୁଲ ଖୋଲିବ । ଏହାପୂର୍ବରୁ ଶାନ୍ତି ରକ୍ଷା କରିବାକୁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଉପୁଡି ଠାରେ ଫ୍ଲାଗ ମାର୍ଚ କରିଛନ୍ତି । ଉଲ୍ଲେଖଯୋଗ, ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ୧୦ ଶ୍ରେଣୀ ଖୋଲିବ । ଏହାପରେ ଏକାଦଶରୁ ଉପର ଶ୍ରେଣୀ ଖୋଲାଯିବାକୁ ନିଷ୍ପତ୍ତି ନିଆଯିବ ।