ଚଣ୍ଡୀଗଡ:ପଞ୍ଜାବ ଗୁରୁଦାସପୁର ନିକଟ ପାକିସ୍ତାନ ସୀମା ନିକଟରୁ 10 ପ୍ୟାକେଟ ହେରୋଇନ ଜବତ ହୋଇଛି । ଏହାସହ 6ଟି ମାଗାଜିନ୍ ଓ 3ଟି ପିସ୍ତଲ ମଧ୍ୟ ସୁରକ୍ଷାକର୍ମୀ ଜବତ କରିଛନ୍ତି । ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହା ଜବତ ହୋଇଛି ।
ହେରୋଇନ ଓ ପିସ୍ତଲ ଜବତ ପରେ ଦୁଇ ଜଣଙ୍କୁ ସୁରକ୍ଷାକର୍ମୀମାନେ ଅଧିକ ପଚରାଉଚରା ଜାରି ରଖିଛନ୍ତି । ତେବେ ପାକିସ୍ତାନ ସୀମା ନିକଟରେ ଏସବୁ ଜବତ ହେବା ପରେ ସୁରକ୍ଷାକର୍ମୀ ଆହୁର ସଜାଗ ହୋଇଛନ୍ତି ।