ଓଡିଶା

odisha

ETV Bharat / bharat

ଟଳିଲା ବିପଦ, IED ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲା ବେହିଗୁଣ୍ଡରେ 10ରୁ 12 କେଜିର ଏକ IEDକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛି ଜମ୍ମୁ କଶ୍ମୀର ପୋଲିସ । ଫଳରେ ଏକ ବଡ ବିପଦ ଟଳିଛି । ଅଧିକ ପଢନ୍ତୁ

ଟଳିଲା ବିପଦ, IED ନିଷ୍କ୍ରିୟ କରିବାରେ ସଫଳ ସୁରକ୍ଷାବାହିନୀ
ଟଳିଲା ବିପଦ, IED ନିଷ୍କ୍ରିୟ କରିବାରେ ସଫଳ ସୁରକ୍ଷାବାହିନୀ

By

Published : Aug 22, 2022, 1:00 PM IST

ଶ୍ରୀନଗର:ଏକ ବଡ ଅଘଟଣକୁ ରୋକିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲା ବେହିଗୁଣ୍ଡରେ 10ରୁ 12 କେଜିର ଏକ IEDକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ଜମ୍ମୁ କଶ୍ମୀର ପୋଲିସ । କୌଣସି ଅଘଟଣ ଘଟିବା ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଆଇଡିକୁ (Improvised Explosive Device) ଜବତ କରି ନିଷ୍କ୍ରିୟ କରିଛି ଫଳରେ ଏକ ବଡ ଅଘଟଣ ଟଳିଛି । ଆତଙ୍କାବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଛି ।

ମାଟି ତଳେ ଆଇଡି ପୋତା ଯାଇଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଖବର ପାଇଁ ସଙ୍ଗେ ସଙ୍ଗେ ମିଶନରେ ବାହାରି ପଡିଥିଲେ ଟିମ । ଅଘଟଣ ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଓ ସୁରକ୍ଷାବାହିନୀ ମିଶନରେ ସଫଳ ହୋଇଥିଲେ । ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କଶ୍ମୀର ଜୋନ ପୋଲିସ ।

ଏହା ବି ପଢନ୍ତୁ...ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6ରୁ ଉର୍ଦ୍ଧ୍ବ ଆହତ

ପ୍ରକାଶ ଥାଉକି, ଗତକାଲି (ରବିବାର) ଜମ୍ମୁର ନଶହତ ଅଞ୍ଚଳରେ ଆତଙ୍କବାଦୀ ଏକ ହ୍ୟାଣ୍ଡଗ୍ରେନେଡ ମାଡ କରିଥିଲେ। ଏଥିରେ 6ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ବିସ୍ଫୋରଣ ନେଇ ପୋଲିସ ମାମଲା ରୁଜୁ କରି ଆତଙ୍କବାଦୀଙ୍କୁ କାବୁ କରିବାକୁ ଅପରେସନ ଜାରି ରଖିଛି ।

ABOUT THE AUTHOR

...view details