ଓଡିଶା

odisha

ETV Bharat / bharat

Hanuman Jayanti: ପଶ୍ଚିମବଙ୍ଗ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ - ହିଂସାକାଣ୍ଡ

ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ଏଡ଼ାଇବା ଲକ୍ଷ୍ୟ । ପଶ୍ଚିମବଙ୍ଗର ଅନେକ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେଲେ କେନ୍ଦ୍ରୀୟ ଫୋର୍ସ । ଅଧିକ ପଢନ୍ତୁ

central forces deployed in West Bengal
central forces deployed in West Bengal

By

Published : Apr 6, 2023, 8:10 PM IST

କୋଲକାତା:ରାମନବମୀ ଶୋଭାଯାତ୍ରାରେ ହିଂସାକାଣ୍ଡକୁ ନଜରରେ ରଖି ଆଜି ହନୁମାନ ଜୟନ୍ତୀରେ ପଶ୍ଚିମବଙ୍ଗର ଅନେକ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି କେନ୍ଦ୍ରୀୟ ଫୋର୍ସର ସୁରକ୍ଷା ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ରୀୟ ଫୋର୍ସର ୩ କମ୍ପାନୀ ମୁତୟନ ହୋଇଛନ୍ତି । ଗୋଟିଏ କମ୍ପାନୀକୁ କୋଲକାତା ଓ ବାକି ୨ କମ୍ପାନୀକୁ ଉତ୍ତର ୨୪ ପ୍ରାଗଣାର ବୈରକପୁର ଓ ହୁଗୁଳିରେ ମୁତୟନ କରାଯାଇଛି ।

ପଶ୍ଚିମବଙ୍ଗର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବଳ ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟାରେ ରାଜ୍ୟ ପୋଲିସକୁ ମଧ୍ୟ ମୁତୟନ କରାଯାଇଛି । କୋଲକାତାରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ଫୋର୍ସର ଏକ କମ୍ପାନୀକୁ ବିଭିନ୍ନ ଦଳରେ ଭାଗ କରାଯାଇ ହେଷ୍ଟିଙ୍ଗସ, ଚାରୁ ମାର୍କେଟ, ଗାର୍ଡେନ ରିଚ୍‌, ଗିରିଶ ପାର୍କ, ଖିଦେରପୁର, ଜୋଡାବାଗନ ଓ ଏଣ୍ଟଲିଠାରେ ନିୟୋଜିତ କରାଯାଇଛି । ସେହିପରି ଅନ୍ୟ ଏକ କମ୍ପାନୀର ସୁରକ୍ଷାକର୍ମୀଙ୍କୁ ଉତ୍ତର ୨୪ ପ୍ରାଗଣାର ସମ୍ବେଦନଶୀଳ ଅଞ୍ଚଳ ବୈରକପୁରରେ ମୁତୟନ କରାଯାଇଛି । ଏହାସହ ହୁଗୁଳିର ରିଷଡ଼ା ଓ ମୋଗାରାରେ ମଧ୍ୟ କିଛି ଯବାନଙ୍କୁ ମୁତୟନ କରାଯାଇଛି ।

ଏହା ବି ପଢନ୍ତୁ- Calcutta High Court Order: ହନୁମାନ ଜୟନ୍ତୀ ବେଳେ କେନ୍ଦ୍ରୀୟ ଫୋର୍ସର ସହାୟତା ନିଅ

ସୂଚନା ଥାଉ କି ରାମନବମୀ ଶୋଭାଯାତ୍ରା ପରେ ହୁଗୁଳି, ହାୱଡ଼ା ଓ ଉତ୍ତର ଦିନାଜପୁର ଜିଲ୍ଲାରେ ପୋଡ଼ାଜଳା ସାଙ୍ଗକୁ ପଥରମାଡ଼ କରିଥିଲେ ଦୁର୍ବୃତ୍ତ । ମାର୍ଚ୍ଚ ୩୦ ତାରିଖରେ ହାୱଡାର ଶିବପୁର ଓ ଏପ୍ରିଲ ୪ ତାରିଖରେ ହୁଗୁଳିର ରିଷଡ଼ାଠାରେ ହିଂସାକାଣ୍ଡ ସାଙ୍ଗକୁ ଅନେକ ଯାନବାହନରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିଲେ । ଏହି ଅଞ୍ଚଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିଲା । ହିଂସାକାଣ୍ଡ ଯୋଗୁଁ ଦିନାଜପୁରର ଉତ୍ତରାଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଅନେକ ଆହତ ହୋଇଥିଲେ ।

ରାମନବମୀ ପରେ ରାଜ୍ୟରେ ହିଂସାକାଣ୍ଡକୁ ନଜରରେ ରଖି ବୁଧବାର କୋଲକାତା ଉଚ୍ଚ ନ୍ୟାୟାଲୟ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରୀୟ ସୁରକ୍ଷା ଫୋର୍ସର ସାହାଯ୍ୟ ଲୋଡ଼ିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ବାରା ହନୁମାନ ଜୟନ୍ତୀରେ କୌଣସି ବିଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହୁଏ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀକୁ ଶାନ୍ତିର ସହିତ ପାଳନ କରିବା ରାଜ୍ୟବାସୀଙ୍କୁ କହିଥିଲେ । ରାଜ୍ୟରେ ଘଟୁଥିବା ହିଂସାକାଣ୍ଡ ଯୋଗୁଁ ମମତା ବିଜେପି ଓ କିଛି ବାମପନ୍ଥୀ ଦଳକୁ ଦାୟୀ କରିଥିଲେ । ବିଜେପି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟାଇବା ଲାଗି ଭଡ଼ାରେ ଗୁଣ୍ଡାମାନଙ୍କୁ ଆଣୁଛି ବୋଲି ସେ ଅଭିଯୋଗ କରିଥିଲେ ।

ABOUT THE AUTHOR

...view details