ଓଡିଶା

odisha

By

Published : Sep 11, 2021, 7:21 AM IST

ETV Bharat / bharat

ଏୟାର ଇଣ୍ତିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ !

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଲଣ୍ତନ ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ତିଆ ବିମାନକୁ ବିସ୍ପୋରଣରେ ଉଡାଇ ଦେବାକୁ ଧମକ । ଅଧିକ ପଢନ୍ତୁ...

ଏୟାର ଇଣ୍ତିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ!
ଏୟାର ଇଣ୍ତିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ!

ନୂଆଦିଲ୍ଲୀ: କଡା ସୁରକ୍ଷା ବଳୟରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର । ଲଣ୍ତନ ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ତିଆ ବିମାନରେ ବୋମା ବିସ୍ପୋରଣରେ ଉଡାଇ ଦେବା ନେଇ ଖବର ମିଳିବା ପରେ ବଢିଲା ବିମାନ ସୁରକ୍ଷା । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ବିମାନ ବନ୍ଦର ପରିଚାଳନା କେନ୍ଦ୍ରକୁ ମଧ୍ୟ ସଜାଗ କରାଯାଇଛି ।

ସୂଚନା ଅନୁସାରେ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ତନ ଅଭିମୁଖେ ଯାତ୍ରା କରିଥିବାକୁ ଥିବା ଏକ ବିମାନରେ ବୋମା ବିସ୍ଫୋରଣ ନେଇ ପ୍ରଥମେ ଖବର ମିଳିଥିଲା । ଗୁରୁବାର ରାତି ୧୦ଟା ୩୦ରେ ଦିଲ୍ଲୀର ରାନହୋଲା ଥାନାକୁ ଏକ ଫୋନକଲ ପୋଲିସ ନିକଟକୁ ଆସିଥିଲା । ଯେଉଁଥିରେ ବ୍ୟକ୍ତି ଜଣକ ଆମେରିକାରେ 9/11 ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଲଣ୍ତନ ଯାତ୍ରା କରିବାକୁ ବିମାନଟିକୁ ବୋମା ଯୋଗେ ଉଡାଯିବ । ପରେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଦିଲ୍ଲୀର ବିମାନ ବନ୍ଦରରେ ସୁରକ୍ଷାକୁ ବଢାଇ ଦିଆଯାଇଥିଲା ।

ସେପଟେ, ଏନେଇ ଦିଲ୍ଲୀର ଦକ୍ଷିଣ ପଶ୍ଚିମ ଡିସିପି ପ୍ରତାପ ସିଂହ ଟୁଇଟ୍ କରି କହିଛନ୍ତି, ବିମାନ ବନ୍ଦରକୁ ଯାଉଥିବା ସମସ୍ତ ଗାଡି ଗୁଡିକ ଚେକିଂ କରାଯିବ ।ଏହାସହ ବିଶେଷ କରି ବିଦେଶ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ସମସ୍ତ ପ୍ରକାର ଯାଞ୍ଚରେ ସହଯୋଗ କରିବା ନେଇ ଟୁଇଟ କରିଥିଲେ ଡିସିପି ।

@ANI

ABOUT THE AUTHOR

...view details