ଓଡିଶା

odisha

By

Published : Jun 28, 2022, 10:31 PM IST

ETV Bharat / bharat

Udaipur Murder: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ, ମାସେ ଯାଏଁ ୧୪୪ ଧାରା ଲାଗୁ

ଉଦୟପୁର ଦିନଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡ ପରେ ଜିଲ୍ଲାରେ ଚାପା ଉତ୍ତେଜନା ସ୍ଥିତି ରହିଛି । ଏହାକୁ ଦୃଷ୍ଟିରେ ରଖି ଉଦୟପୁରରେ ଏକ ମାସ ପାଇଁ ଧାରା ୧୪୪ ଜାରି କରିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

Udaipur Murder: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ, ଏକ ମାସ ପାଇଁ ଲାଗିଲା ୧୪୪ ଧାରା
Udaipur Murder: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ, ଏକ ମାସ ପାଇଁ ଲାଗିଲା ୧୪୪ ଧାରା

ଜୟପୁର: ଉଦୟପୁର ଦିନଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡ ପରେ ଜିଲ୍ଲାରେ ଚାପା ଉତ୍ତେଜନା ସ୍ଥିତି ରହିଛି । ଏହାକୁ ଦୃଷ୍ଟିରେ ରଖି ଉଦୟପୁରରେ ଏକ ମାସ ପାଇଁ ଧାରା ୧୪୪ ଜାରି କରିଛି ପ୍ରଶାସନ । ଖାଲି ସେତିକି ନୁହେଁ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

ଉଦୟପୁର ମଣ୍ଡି ଥାନା ଅଞ୍ଚଳରେ ମଙ୍ଗଳବାର ଦିନଦ୍ବିପ୍ରହରରେ ଜଣେ ଦରଜୀଙ୍କୁ ନିର୍ମମ ଭାବରେ ହତ୍ୟା କିରିଥିଲେ ଦୁଇ ଅଭିଯୁକ୍ତ । ପୂର୍ବତନ ବିଜେପି ପ୍ରବକ୍ତା ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାକୁ ଯୁବକଙ୍କୁ ହତ୍ୟା କରାଯାଇଛି । ଏହାପରେ ଉଦୟପୁର ଜିଲ୍ଲାରେ ୧୪୪ ଜାରି ହୋଇଥିବା ବେଳେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବର୍ତ୍ତମାନ ସମସ୍ତ ପ୍ରକାର ଆପତ୍ତିଜନକ ଭିଡିଓ ଉପରେ ନଜର ରଖିଛି ପୋଲିସ । ଏଭଳି ଭିଡିଓ କୌଣସିମତେ ସେୟାର ହେଉଥିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।

ସେପଟେ ଦରଜୀ କହ୍ନେୟାଲାଲ୍‌ ସାହୁଙ୍କ ହତ୍ୟାକାଣ୍ଡର ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଦୁଇ ଅଭିଯୁ୍କ୍ତ ହତ୍ୟାକାଣ୍ଡ ଭିଆଇବା ପରେ ଭିଡିଓ ସେୟାର କରିଥିଲେ । ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଉଦୟପୁର ରଜମସନ୍ଦରୁ ସେମାନଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ବେଦନଶୀଳ ଥିବାରୁ ପୋଲିସ ମଧ୍ୟ ତ୍ବରିତ ପଦକ୍ଷେପ ନେଉଥିବା ଦେଖାଯାଇଛି । ସେପଟେ ପ୍ରତ୍ୟେକ ଜିଲ୍ଲା ପୋଲିସ SPଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

ABOUT THE AUTHOR

...view details