ଲକ୍ଷ୍ନୌ:ଆସନ୍ତାକାଲି(ମଙ୍ଗଳବାର) ମୁସଲମାନ ସମ୍ପ୍ରଦାୟର ଭାଇଭାଉଣୀ ପାଳନ କରିବେ ଇଦ୍ । ଏନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି । କୋରୋନା ବୃଦ୍ଧି ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ମେ’ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲଗାଯାଇଛି । ଇଦ ଥିବାରୁ ମସଜିଦ ନ ଯାଇ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି ।
ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା କି ନମାଜ ପାଠ କରିବାକୁ ବାରଣ କରାଯାଇଥିବା ବେଳେ କୌଣସି ସ୍ଥାନରେ ବିକ୍ଷୋଭ କି ଶୋଭାଯାତ୍ରା କରିବା ପୂର୍ବରୁ ଉଚ୍ଚ ଅଧିକାରୀଙ୍କ ଆଦେଶ ଆଣିଥିବା ଆବଶ୍ୟକ ବୋଲି ଗୌତମ ବୁଦ୍ଧ ନଗର ପୋଲିସ କମିଶନର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷା ସମୟରେ ବିଦ୍ୟାଳୟରେ ସାମାଜିକ ଦୂରତା ସହ କୋଭିଡ ନିର୍ଦ୍ଦେଶାବଳୀ ସହିତ ବଜାୟ ରଖିବାକୁ ହେବ। କୋଭିଡ ନିର୍ଦ୍ଦେଶାବଳୀର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ।