ବେଙ୍ଗାଲୁରୁ: ଦିନକୁ ଦିନ ଉଗ୍ର ରୂପ ନେଉଛି ହିଜାବ ବିବାଦ । କଲେଜ କ୍ଲାସରୁମ୍ରୁ ଆରମ୍ଭ ହୋଇଥିବା ଅସନ୍ତୋଷ ଏବେ ଦେଶବ୍ୟାପୀ ହିଂସାକାଣ୍ଡରେ ବଦଳିଛି । ହିଜାବକୁ ନେଇ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ପ୍ରକାଶ ପାଇଛି । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଯେଉଁଭଳି ମୁହାଁମୁହିଁ ହେଉଛନ୍ତି, ତାହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଫାଟକ ନିକଟରୁ ୨୦୦ ମିଟର ପରିଧି ଭିତରେ ୧୪୪ ଧାରା ଲାଗୁ କରାଯାଇଛି । ଅର୍ଥାତ୍ ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରଦର୍ଶନ କିମ୍ବା ବିକ୍ଷୋଭ କରଯାଇ ପାରିବ ନାହିଁ ।
ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ସ୍କୁଲ, ପ୍ରି ୟୁନିଭରସିଟି କଲେଜ, ଡିଗ୍ରୀ କଲେଜ ଏବଂ ଅନ୍ୟ ଏହିଭଳି ଶିକ୍ଷାନୁଷ୍ଠାନର ଗେଟ୍ ଠାରୁ ୨୦୦ ମିଟର ପରିଧି ମଧ୍ୟରେ କୌଣସି ସଭା, ଆନ୍ଦୋଳନ କିମ୍ବା କୌଣସି ପ୍ରକାର ବିରୋଧ ପ୍ରଦର୍ଶନ ଉପରେ ଧାରା ୧୪୪ ଅଧିନରେ ନିଷେଦ୍ଧାଦେଶ ଲାଗୁ କରିଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।