ଓଡିଶା

odisha

ETV Bharat / bharat

Amarnath Yatra2022: କେନ୍ଦ୍ର ଓ ଜମ୍ମୁ କାଶ୍ମୀର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ

ଆସନ୍ତା ଜୁନ 30 ରୁ ଶ୍ରୀଅମରନାଥଙ୍କ (Shri Amarnathji Yatra) ଯାତ୍ରା ଆରମ୍ଭ ହେବ । ଯାତ୍ରା ପାଇଁ ଆଉ ୪୩ ଦିନ ବାକି ରହିଛି । ଏହି ଅବଧି ମଧ୍ୟରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀନଗର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଅଧିକ ପଢନ୍ତୁ

By

Published : Apr 12, 2022, 10:31 AM IST

କେନ୍ଦ୍ର ଓ ଜମ୍ମୁ କାଶ୍ମୀର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
କେନ୍ଦ୍ର ଓ ଜମ୍ମୁ କାଶ୍ମୀର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆସନ୍ତା ଜୁନ 30 ରୁ ଶ୍ରୀଅମରନାଥଙ୍କ (Shri Amarnathji Yatra) ଯାତ୍ରା ଆରମ୍ଭ ହେବ । ଯାତ୍ରା ପାଇଁ ଆଉ ୪୩ ଦିନ ବାକି ରହିଛି । ଏହି ଅବଧି ମଧ୍ୟରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀନଗର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ।

ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ (Secretary Ministry of I&B ) କହିଥିଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟ ଜରିଆରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏଥିପାଇଁ ଜମ୍ମୁ ଓ କଶ୍ମୀର ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରାଯିବ । ସାରା ଦେଶରେ ଶ୍ରୀଅମରନାଥଙ୍କ ଯାତ୍ରା ସମ୍ପର୍କରେ ପ୍ରଚାର କରାଯିବ । ଏଥିସହି ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ପର୍ଯ୍ୟଟନ ଗତିବିଧି ଉପରେ ଆଲୋକପାତ ହେବ। ଜମ୍ମୁ ଓକଶ୍ମୀରରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି । ଏସବୁ କାର୍ଯ୍ୟ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ଜମ୍ମୁ ଓ କଶ୍ମୀର ସମ୍ପର୍କରେ ରହିଥିବା ସକାରାତ୍ମକ ଖବରକୁ ସାରା ଦେଶରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏହାବାଦ ଚଳିତ ବର୍ଷ ଅମରନାଥ ଯାତ୍ରରେ ଛଅରୁ ଆଠ ଲକ୍ଷ ଯାତ୍ରୀ ଆସିବେ ବୋଲି କହିଥିଲେ ।

ବୈଠକରେ, ଜାମ୍ମୁ କାଶ୍ମୀର ମୁଖ୍ୟ ସଚିବ ଅରୁଣ କୁମାର କହିଥିଲେ ଚଳିତ ବର୍ଷ ଶ୍ରୀଅମରନାଥଙ୍କ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଆସିବାର ସମ୍ଭାବନା ରହିଛି । ସେମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ବାଧାମୁକ୍ତ ଯାତ୍ରା ଅନୁଭୂତି ନିମନ୍ତେ ବ୍ୟବସ୍ଥା କରାଯାଇଛି । ଶ୍ରୀଅମରନାଥଙ୍କ ଯାତ୍ରା ଏଠାକାର ବିବିଧ ସଂସ୍କୃତି ଏବଂ ଯାତ୍ରୀଙ୍କ ସହିତ ସ୍ଥାନୀୟ ଲୋକମାନଙ୍କର ସହଯୋଗର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ । ଯାତ୍ରାକୁ ସୁବିଧାଜନକ କରିବା ଏବଂ ଯାତ୍ରୀମାନଙ୍କ ଲାଗି ଉନ୍ନତ ପଥପ୍ରାନ୍ତ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ଚଳିତ ବର୍ଷର ତୀର୍ଥଯାତ୍ରାକୁ ସଫଳ କରିବା ଲାଗି ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯାତ୍ରା ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଗଣମାଧ୍ୟମ ୟୁନିଟ ଗୁଡିକୁ ଏହି ଅବସରରେ ନିର୍ଦ୍ଦେଶ ଦେଇଥିଲେ । ଏହାବାଦ ତୀର୍ଥଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନକୁ ଆଶ୍ବାସନା ଦେଇଥିଲେ । ଚଳିତ ବର୍ଷ ସାରା ଦେଶରେ ଯାତ୍ରାକୁ ନେଇ ଚର୍ଚ୍ଚା ହେବ ବୋଲି କହିଛନ୍ତି ।

ଏହି ବୈଠକରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଜମ୍ମୁ ଓ କଶ୍ମୀର ସରକାରଙ୍କ ମୁଖ୍ୟ ଶାସନ ସଚିବ(Chief Secretary, Government of Jammu & Kashmir) , ଅମରନାଥଜୀ ଶ୍ରାଇନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହ ଅଧିକାରୀ (CEO Amarnathji Shrine Board) ଜମ୍ମୁ ଓ କଶ୍ମୀର ସରକାରଙ୍କ ପ୍ରମୁଖ ସଚିବ, କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

@IANS

ABOUT THE AUTHOR

...view details