ଓଡିଶା

odisha

ମହାରାଷ୍ଟ୍ରରେ କୋରୋନା ଦ୍ବିତୀୟ ଲହର ନିୟନ୍ତ୍ରଣାଧିନ: ମୁଖ୍ୟମନ୍ତ୍ରୀ

By

Published : Aug 19, 2021, 10:16 AM IST

ଖସୁଛି ସଂକ୍ରମଣ । ମହାରାଷ୍ଟ୍ରରେ କୋରୋନାର ଦ୍ବିତୀୟ ଲହରର ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

କୋରୋନାର ଦ୍ବୀତିୟ ଲହର ନିୟନ୍ତ୍ରଣାଧିନ;ଉଦ୍ଧବ ଠାକରେ
କୋରୋନାର ଦ୍ବୀତିୟ ଲହର ନିୟନ୍ତ୍ରଣାଧିନ;ଉଦ୍ଧବ ଠାକରେ

ମୁମ୍ବାଇ:ଖସୁଛି ସଂକ୍ରମଣ । ମହାରାଷ୍ଟ୍ରରେ କୋରୋନାର ଦ୍ବିତୀୟ ଲହର ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବୁଧବାର ଦିନ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ କୋରୋନା ସଂକ୍ରମିତ ସଂଖ୍ୟା ଶୂନ ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଧୁଲେ, ୱାଶିମ୍, ୟାଭାଟମାଲ, ୱାର୍ଡ଼, ବାନ୍ଦ୍ରା, ଗୋଣ୍ଡିଆ ଭଳି ଜିଲ୍ଲାରେ 10ରୁ କମ ସକ୍ରିୟ ମାମଲା ରହିଛି । ପାର୍ବନୀ, ହିଙ୍ଗୋଲି, ନନ୍ଦେଡ, ଅମରାବତୀ, ଆକୋଲା, ବୁଲଡାନା, ଚନ୍ଦ୍ରପୁର ଓ ଗଡଚିରୋଲିରେ ବର୍ତ୍ତମାନ 100ରୁ କମ ସକ୍ରିୟ ମାମଲା ରହିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଦଳର ବିଭିନ୍ନ ରାଜନୈତିକ ସମାବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ଯେ ଭିଡ଼କୁ ଏଡ଼ାଇବା ପାଇଁ ସମସ୍ତ ଦଳ ବିଭିନ୍ନ ପ୍ରକାର ସମାବେଶରୁ ଦୂରେଇ ରହିବା ଉଚିତ । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିବୃତ୍ତିରେ ଏହା ଦର୍ଶାଯାଇଛି ଯେ, କୋଭିଡ-19 ସଂକ୍ରମଣର ଦ୍ୱିତୀୟ ତରଙ୍ଗ ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି । ଏବଂ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ନାଗରିକଙ୍କ ସହଯୋଗ ହେତୁ ଏହା ସମ୍ଭବ ହୋଇଛି ବୋଲି ଏଥିରେ କୁହାଯାଇଛି ।

ଗତ କିଛି ଦିନ ମଧ୍ୟରେ ରାଜ୍ୟର ହାରାହାରି ସାପ୍ତାହିକ ସକରାତ୍ମକତା ହାର 2.44 ପ୍ରତିଶତକୁ ଖସି ଆସିଛି । ରତ୍ନଗିରି ଏବଂ କୋହ୍ଲାପୁର ଜିଲ୍ଲାର ସଂକ୍ରମଣ ହାର ଉଦବେଗଜନକ ଥିଲା । କିନ୍ତୁ ସରକାରଙ୍କ ସରକାରୀ ବିବୃତ୍ତି ଅନୁଯାୟୀ ବର୍ତ୍ତମାନ ଏହା ମଧ୍ୟ 2.44 ପ୍ରତିଶତକୁ ଖସି ଆସିଛି । ତେବେ ସାତାରା, ସାଙ୍ଗଲି, ଅହମ୍ମଦନଗର, ପୁଣେ, ଓସମାନାବାଦ, ସୋଲାପୁର ଏବଂ ସିନ୍ଧୁଦୁର୍ଗରେ ଦୈନିକ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇଛି।

@ANI

ABOUT THE AUTHOR

...view details