ଓଡିଶା

odisha

ETV Bharat / bharat

‘ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିବ କୋରୋନାର ଦ୍ବିତୀୟ ଲହର’ - ୭୦% ଭାକ୍ସିନେସନ ପରେ ଆସିବ ସ୍ଥିରତା

ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିପାରେ କୋରୋନାର ଦ୍ବିତୀୟ ଲହର । ତେବେ ଯେପର୍ଯ୍ୟନ୍ତ ୭୦ ପ୍ରତିଶତ ଲୋକଙ୍କର ଭାକ୍ସିନେସନ ହେବ ନାହିଁ ଏବଂ ଲୋକେ ହାର୍ଡ ଇମ୍ୟୁନିଟି ହାସଲ କରିବେ ନାହିଁ, ସେପର୍ଯ୍ୟନ୍ତ କୋରୋନାର ଏହି ଲହର ବାରମ୍ବାର ଆସୁଥିବ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ...

ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିପାରେ କୋରୋନାର ଦ୍ବିତୀୟ ଲହର, ୭୦% ଭାକ୍ସିନେସନ ପରେ ଆସିବ ସ୍ଥିରତା
ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିପାରେ କୋରୋନାର ଦ୍ବିତୀୟ ଲହର, ୭୦% ଭାକ୍ସିନେସନ ପରେ ଆସିବ ସ୍ଥିରତା

By

Published : Apr 18, 2021, 10:43 AM IST

ନୂଆଦିଲ୍ଲୀ: ଭାରତରେ ଏବେ ତାଣ୍ଡବ ରଚି ଚାଲିଛି କୋରୋନା ଭାଇରସ୍‌ର ଦ୍ବିତୀୟ ଲହର । ଦକ୍ଷିଣ-ପୂର୍ବ ପୋଲିସ ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶ ମୁତାବକ, କୋରୋନାର ଏହି ଦ୍ବିତୀୟ ଲହର ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ । ଏହା ସହ ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ୭୦ ପ୍ରତିଶତ ଲୋକଙ୍କର ଭାକ୍ସିନେସନ ହେବନାହିଁ ଏବଂ ଲୋକେ ହାର୍ଡ ଇମ୍ୟୁନିଟି ହାସଲ କରିବେ ନାହିଁ, ସେ ପର୍ଯ୍ୟନ୍ତ କୋରୋନାର ଏହି ଲହର ବାରମ୍ବାର ଆସୁଥିବ ।

ବିଶେଷଜ୍ଞ କହିଛନ୍ତି କି ହାର୍ଡ ଇମ୍ୟୁନିଟି, ସଂକ୍ରାମକ ମହାମାରୀ ବିପକ୍ଷରେ ଅପ୍ରତ୍ୟେକ୍ଷ ରୂପେ ରକ୍ଷା କରିଥାଏ । ଏହା ସେତେବେଳେ ହୋଇଥାଏ , ଯେବେ ଲୋକେ ଦୁଇଟି ଟିକା ନେବା ବା ପୁଣି ସଂକ୍ରମଣରୁ ସୁସ୍ଥ ହେବା ପରେ ଏହା ବିପକ୍ଷରେ ଇମ୍ୟୁନିଟି ବିକଶିତ କରିନେଇଥିବେ । ସମୂହର ଏହି ସାମୂହିକ ଇମ୍ୟୁନିଟିକୁ ହିଁ ହାର୍ଡ ଇମ୍ୟୁନିଟି କହିଥାନ୍ତି ।

ତେବେ ପୋଲିସକର୍ମିଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡା. ନୀରଜ କୌଶିକଙ୍କର ପରାମର୍ଶରେ କୁହାଯାଇଛି କି, ନୂଆ ମ୍ୟୁଟେସନରେ ଭାଇରସ୍‌ର ପ୍ରତିରକ୍ଷା ଓ ଏମିତି କି ଟିକାର ପ୍ରଭାବକୁ ପ୍ରତିହତ କରିବାର କ୍ଷମତା ରହିଛି ।

ABOUT THE AUTHOR

...view details