ଗ୍ୟାଙ୍ଗଟକ:ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବନ୍ୟାରେ ଏବେ ସୁଦ୍ଧା 26 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ 7 ଜଣ ଯବାନ ଅଛନ୍ତି । ଏବେ ବି 142 ଜଣ ନିଖୋଜ ଥିବାବେଳେ ସମସ୍ତଙ୍କୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ବନ୍ୟା ବିପର୍ଯ୍ୟୟରେ 25 ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ 1200ରୁ ଅଧିକ ଘରଦ୍ବାର ନଷ୍ଟ ହୋଇଛି । ଏଥିସହ 13ଟି ବ୍ରିଜ ଭାଙ୍ଗିଥିବା ସୂଚନା ମିଳିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ସିକ୍କିମର ବିଭିନ୍ନ ଅଞ୍ଚଳରୁ 2,413 ଲୋକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟରେ ବନ୍ୟା ପୀଡିତଙ୍କ ପାଇଁ ରିଲିଫ କ୍ୟାମ୍ପ କରାଯାଇଛି । 22ଟି ରିଲିଫ୍ କ୍ୟାମ୍ପରେ 6,875 ଲୋକ ଆଶ୍ରୟ ନେଉଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଛନ୍ତି । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି କ୍ୟାମ୍ପରେ ଆଶ୍ରୟ ନେଉଥିବା ବନ୍ୟା ପୀଡିତଙ୍କ ପାଇଁ 2,000 ଟଙ୍କା ସହାୟତା ଘୋଷଣା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- Sikkim Flood: ହଜାରେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ