ଓଡିଶା

odisha

ETV Bharat / bharat

ସୋପିଆନାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି

ତେରିଜ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କଲା ସୁରକ୍ଷାବାହୀନି । ଅଧିକ ପଢନ୍ତୁ

ସୋପିଆନାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି
ସୋପିଆନାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି

By

Published : Oct 9, 2022, 9:05 AM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ତେରିଜ୍ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି(Search operation in south Kashmirs Shopian), ତେରିଜ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନାଅନୁୟାୟୀ ତେରିଜ୍ ଅଞ୍ଚଳରେ ଆତଙ୍ବାଦୀ ଲୁଚି ରହିଥିବାନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହୀନି । ଏହା ପରେ ଏସକର୍ଟ ଫୋର୍ସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେନାର 44 ରାଷ୍ଟ୍ରିୟ ରାଇଫଲ୍ସ(Rashtriya Rifles) ଏବଂ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନରେ ଘରଘର ବୁଲି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କି ଧରାପଡିନଥିବା ବେଳେ କୌଣସି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇ ନାହିଁ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ପର୍ବରୁ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା । ଜିଲ୍ଲାର ମୋଲୁ ଏରିଆରେ ଆତଙ୍କୀ ଗିତିବିଧି ନେଇ ଇନପୁଟ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Shopian Encounter: 12 ଘଣ୍ଟା ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର, 4 ଆତଙ୍କୀ ସଫା

କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା 370 ଉଚ୍ଛେଦ ପରେ ଘାଟିରେ ଉତ୍ତେଜନା, ପଥରମାଡ, ଆତଙ୍କବାଦୀଙ୍କ ମୃତଦେହ ଶୋଭାଯାତ୍ରା ପ୍ରମୁଖ ଘଟଣା ପ୍ରାୟତଃ ବନ୍ଦ ରହିଛି । କିନ୍ତୁ ନିକଟ ଅତୀତରେ ପୁଣି କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟଙ୍କୁ ହତ୍ୟା ସରକାରଙ୍କ ଚିନ୍ତା ବଢାଇଛି । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ସ୍ଥାନୀୟ ପୋଲିସ ମଧ୍ୟ ଆତଙ୍କବାଦ ପ୍ରତି ଶୂନ୍ୟସହିଷ୍ଣୁତା ନୀତି ଗ୍ରହଣ କରିଛନ୍ତି । ସୂଚନା ମିଳିବା ପରେ ତୁରନ୍ତ ଅପରେସନ ଆରମ୍ଭ କରାଯାଉଛି । ଏହି ଅପରେସନରେ ଏକାଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇସାରିଲାଣି । ନିହତ ଆତଙ୍କୀଙ୍କ ମଧ୍ୟରେ କିଛି ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ମଧ୍ୟ ରହିଥିବା ପୋଲିସ ସ୍ପଷ୍ଟ କରିଛି । ଜାରି ରହିଥିବା ଆତଙ୍କୀ ନିରୋଧୀ ଅପରେସନକୁ ଆହୁରି ବ୍ୟାପକ କରାଯିବା ନେଇ ସ୍ଥାନୀୟ ପୋଲିସ ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details