ହାଇଦ୍ରାବାଦ: ଭାରତ ଓ ବାଲାଂଦେଶ ମଧ୍ୟରେ ଅବାଧ ବା ସୁଲଭ ପରିବହନ ସଂଯୋଗ ଉଭୟ ଦେଶର ଅଭିବୃଦ୍ଧିରେ ସହାୟକ ହେବ । ଏହି ପରିବହନ ସମନ୍ବୟ ରିପୋର୍ଟରେ ଭାରତ ଓ ବାଲାଂଦେଶର ଏମଭିଏ ବା ମୋଟରଯାନ ଚୁକ୍ତିକୁ ମଧ୍ୟ ବିଶ୍ଲେଷଣ କରୁଛି ।
ଦୁଇ ଦେଶର ପରିବହନ ସମନ୍ବୟ ଦ୍ବାରା ବିଶେଷକରି ବାଲାଂଦେଶର 17 ପ୍ରତିଶତ ଜାତୀୟ ଆୟର ବୃଦ୍ଧି ଘଟିବ । ଏ ନେଇ ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି । ତେବେ ବର୍ତ୍ତମାନ ବାଲାଂଦେଶର 10 ପ୍ରତିଶତ ଦ୍ବିପାକ୍ଷିକ ବାଣିଜ୍ୟ ଆକାଉଣ୍ଟ ରହିଥିବାବେଳେ ଭାରତର 1 ପ୍ରତିଶତ ରହିଛି । ଯେତେବେଳେ କି ପୂର୍ବ ଏସିଆ ଏବଂ ଆଫ୍ରିକୀୟ ଅର୍ଥବ୍ୟବସ୍ଥାରେ, ଆନ୍ତଃଅଞ୍ଚଳ ବାଣିଜ୍ୟ ଆକାଉଣ୍ଟ ଯଥାକ୍ରମେ 50 ପ୍ରତିଶତ ଏବଂ ସମୁଦାୟ ବାଣିଜ୍ୟିକ କ୍ଷେତ୍ରର 22 ପ୍ରତିଶତ ଅଟେ । ତେବେ ବାଲାଂଦେଶର ଏକ କମ୍ପାନୀ ଅପେକ୍ଷା ବ୍ରାଜିଲ କିମ୍ବା ଜର୍ମାନୀର ଏକ କମ୍ପାନୀ ସହିତ ବାଣିଜ୍ୟ କାରବାର ଭାରତର କୌଣସି କମ୍ପାନୀ ପାଇଁ ପ୍ରାୟ 15 ରୁ 20 ପ୍ରତିଶତ ମହଙ୍ଗା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଉଚ୍ଚ ଟାରିଫ, ପାରା ଟାରିଫ ଏବଂ ଅଣ-ଟାରିଫ ବାଣିଜ୍ୟିକ କ୍ଷେତ୍ରରେ ବଡ ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହୋଇଛି । ସେପଟେ ବାଲାଂଦେଶ ଏବଂ ଭାରତରେ ସରଳ ହାରାହାରି ଟାରିଫ ବିଶ୍ବ ହାରାହାରି ଠାରୁ ଦୁଇଗୁଣା ଅଧିକ ।
ପୂର୍ବ ଅର୍ଥନୈତିକ ବିଶ୍ଲେଷଣ ଏହା ଦର୍ଶାଉଛି ଯେ, ଭାରତ ଓ ବାଲାଂଦେଶ ମଧ୍ୟରେ ଯଦି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୁଏ ତେବେ ଭାରତକୁ ବାଲାଂଦେଶର ଆମଦାନୀ 182 ପ୍ରତିଶତ ଏବଂ ବାଂଲାଦେଶକୁ ଭାରତର ଆମଦାନୀ 126 ପ୍ରତିଶତ ବୃଦ୍ଧି ପାଇବ । ତେବେ ଉଭୟ ଦେଶ ମଧ୍ୟରେ ପରିବହନ ସଂଯୋଗ କ୍ଷେତ୍ରରେ ଉନ୍ନତି ଆସିଲେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଆସିପାରିବ ବୋଲି ଏହି ବିଶ୍ଲେଷଣରୁ ସ୍ପଷ୍ଟ ହେଉଛି । ଭୌଗୋଳିକ ଦୃଷ୍ଟିକୋଣରୁ ବାଲାଂଦେଶର ଅବସ୍ଥିତି ଏହାକୁ ଭାରତ, ନେପାଳ, ଭୁଟାନ ଏବଂ ଅନ୍ୟ ପୂର୍ବ ଏସୀୟ ଦେଶମାନଙ୍କ ଏକ ରଣନୀତିକ ପ୍ରବେଶ ଦ୍ବାର ଭାବେ ଉପସ୍ଥାପିତ କରିଛି । ତେବେ ଆଞ୍ଚଳିକ ବାଣିଜ୍ୟ, ଗମନାଗମନ ଏବଂ ଲଜିଷ୍ଟିକ ନେଟୱାର୍କରେ ଉନ୍ନତି କରି ବାଲାଂଦେଶ ଏକ ଅର୍ଥନୈତିକ ପାୱାର ହାଉସ ହୋଇପାରିବ ବୋଲି ବାଲାଂଦେଶ ଓ ଭୁଟାନର ବିଶ୍ବ ବ୍ୟାଙ୍କ ନିର୍ଦ୍ଦେଶକ ମନ୍ତବ୍ୟ ଦେଇଛନ୍ତି ।
ଦୁର୍ବଳ ପରିବହନ ସମନ୍ବୟ ଭାରତ ଓ ବାଲାଂଦେଶ ବାଣିଜ୍ୟିକ ସମ୍ପର୍କ ମଧ୍ୟରେ ବାଧକ ସାଜିଛି । ଦୁଇ ଦେଶ ମଧ୍ୟରେ ଥିବା ସୁବୁଠୁ ଗୁରୁତ୍ବପୂର୍ଣ୍ଣ ସୀମା ବର୍ଡର ପଟ୍ରୋପୋଲ-ବେନାପୋଲ ଯୋଗୁଁ ଉଭୟ ଦେଶର ସୀମା ଅତିକ୍ରମ କରିବାରେ ଅନେକ ଦିନ ଲାଗିଥାଏ । ଅପରପକ୍ଷେ, ସମାନ ପରିମାଣର ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୂର୍ବ ଆଫ୍ରିକା ସମେତ ବିଶ୍ବର ଅନ୍ୟ ଅଞ୍ଚଳ ଏହି ସୀମା ଅତିକ୍ରମ କରିବାକୁ ଛଅ ଘଣ୍ଟାରୁ କମ୍ ସମୟ ନେଇଥାଏ ।
ଅପରପକ୍ଷେ, ବର୍ତ୍ତମାନ ସମୟରେ ଭାରତୀୟ ଟ୍ରକଗୁଡିକୁ ବାଲାଂଦେଶ ସୀମା ଦେଇ ଅତିକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ । ଫଳସୂରୁପ, ଭାରତର ଉତ୍ତର-ପୂର୍ବ ଦେଶ ବିଚ୍ଛିନ୍ନ ରହିଛି ଏବଂ ଏହା କେବଳ 27 କିଲୋମିଟର ପ୍ରସସ୍ଥ ସିଲିଗୁରି କରିଡୋର ଦେଇ ସଂଯୁକ୍ତ ରହିଛି । ଯାହାକୁ କୁକୁଡାର ବେକ ମଧ୍ୟ କୁହାଯାଏ । ଏଣୁ ଏହା ଅତ୍ୟନ୍ତ ଲମ୍ବା ଓ ବ୍ୟୟବହୁଳ ମାର୍ଗ ସାଜିଛି । ଉଦାହରଣସୂରୁପ, ଅଗରତାଲାର ସାମଗ୍ରୀ ବାଂଲାଦେଶ ଦେଇ 450 କିମି ପରିବର୍ତ୍ତେ କୋଲକାତା ବନ୍ଦରରେ ପହଞ୍ଚିବା ପାଇଁ ସିଲିଗୁରି କରିଡୋର ଦେଇ 16,00 କିମି ଯାତ୍ରା କରିଥାଏ । ଯଦି ଭାରତୀୟ ଟ୍ରକ ପାଇଁ ବାଲାଂଦେଶ ସୀମା ଖୋଲା ରହିଥାନ୍ତା, ତେବେ ବାଲାଂଦେଶର ଚାଟୋଗ୍ରାମ ବନ୍ଦରରୁ ଅଗରତାଲାଠାରୁ ସାମଗ୍ରୀ ପରିବହନ ଖର୍ଚ୍ଚ 80 ପ୍ରତିଶତ କମ୍ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଭାରତ-ବାଲାଂଦେଶର ଅବାଧ ପରିବହନ ସଂଯୋଗ ଦ୍ବାରା ବାଲାଂଦେଶର ସମସ୍ତ ଜିଲ୍ଲା ଉପକୃତ ହେବେ ଏବଂ ପୂର୍ବ ଜିଲ୍ଲାଗୁଡିକ ବାସ୍ତବ ଆୟରେ ଅଧିକ ଲାଭ ପାଇବେ । ଅନ୍ୟପଟେ ବାଲାଂଦେଶ ସୀମାକୁ ଲାଗି ରହିଥିବା ରାଜ୍ୟଗୁଡିକ ଯଥା, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ସୀମାରୁ ଦୂରରେ ଥିବା ରାଜ୍ୟ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ଏହାଦ୍ବାରା ପ୍ରଚୁର ଅର୍ଥନୈତିକ ଲାଭ ପାଇପାରିବ ।
ଭାରତ ବାଲାଂଦେଶ ମଧ୍ୟରେ ମୋଟର ଯାନ ଚୁକ୍ତି(MVA)କୁ ମଜବୁତ କରିବା ପାଇଁ ଦେଶଗୁଡିକ ଗ୍ରହଣ କରିବାକୁ ଥିବା ପ୍ରମୁଖ ନିମ୍ନଲିଖିତ ନୀତିଗତ କାର୍ଯ୍ୟଗୁଡିକ ରିପୋର୍ଟରେ ସୁପାରିଶ କରାଯାଇଛି ।
1. ସୁସଙ୍ଗଠିତ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଭିସା ବ୍ୟବସ୍ଥା
2. ଏକ ଦକ୍ଷ ଆଞ୍ଚଳିକ ଗମନାଗମନ ବ୍ୟବସ୍ଥା ପ୍ରତିଷ୍ଠା କରିବା
3. ବାଣିଜ୍ୟ ଏବଂ ପରିବହନ ଡକ୍ୟୁମେଣ୍ଟଗୁଡିକୁ ଯୁକ୍ତିଯୁକ୍ତ ଏବଂ ଡିଜିଟାଇଜେସନ