ଡେରାଡୁନ:ଆକାଶମାର୍ଗରୁ ଚମୋଲି ଋଷିଗଙ୍ଗା ନଦୀ ପରିର୍ଦଶନ କରିଛନ୍ତି ବୈଜ୍ଞାନିକମାନଙ୍କ ଏକ ଟିମ । ଗ୍ଲାସିୟରରେ କ୍ଷତିଗ୍ରସ୍ତ ହୋଇଥିବା ଗାଁ ଗୁଡିକ ଉପରେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ପରିଦର୍ଶନରେ ଥିବା ଏହି ଟିମ ସର୍ଭେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ।
ବୈଜ୍ଞାନିକଙ୍କର ଏକ ଟିମ ଋଷିଗଙ୍ଗା ଗ୍ଲାସିୟରକୁ ଆକାଶମାର୍ଗରୁ ପରିଦର୍ଶନରେ ବାହାରିଛନ୍ତି । ବର୍ତ୍ତମାନ ଋଷିଗଙ୍ଗା ଗ୍ଲାସିୟର କୌଣିସ ବିପଦ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜିପି ଅଶୋକ କୁମାର ।