ଓଡିଶା

odisha

ETV Bharat / bharat

Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କୁହନ୍ତି କହିଲେ ରାହୁଲ - କୋରୋନା ମୃତ୍ୟୁ ରିପୋର୍ଟ ବିବାଦ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲେ ରାହୁଲ । ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି ବୋଲି କହିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି କହିଲେ ରାହୁଲ
Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି କହିଲେ ରାହୁଲ

By

Published : May 6, 2022, 12:42 PM IST

Updated : May 6, 2022, 1:04 PM IST

ନୂଆଦିଲ୍ଲୀ:ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ପକ୍ଷରୁ ଭାରତର କୋଭିଡ ମୃ୍ତ୍ୟୁ ସମ୍ପର୍କିତ ରିପୋର୍ଟ ପ୍ରକାଶ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । WHO ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଜମା ତାଳମେଳ ନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ କହୁଛି, ଭାରତ ସରକାର ଦର୍ଶାଇଥିବା କୋରୋନା ମୃତ୍ୟୁ(୪.୭ଲକ୍ଷ) ଠାରୁ ବାସ୍ତବରେ ମୃତ୍ୟୁସଂଖ୍ୟା ୧୦ ଗୁଣା ଅଧିକ ଅର୍ଥାତ ୪୦ ଲକ୍ଷ ।

ସେପଟେ ହୁ ଆକଳନ ମଡେଲକୁ ତ୍ରୁଟିପୂର୍ଣ୍ଣ କହିଛି ସ୍ବାସ୍ଥ୍ୟ ବିଭାଗ । WHO ରିପୋର୍ଟ ଉପରେ ଏପରି ଭାବେ ଭାରତ ସରକାର ପ୍ରଶ୍ନ ଉଠାଇବା ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ''ବିଜ୍ଞାନ ମିଛ କୁହେ ନାହିଁ, ମୋଦି ମିଛ କୁହନ୍ତି(Science doesn't LIE. Modi does) । ରାହୁଲ ଦାବି କରିଛନ୍ତି ଯେ, ''୪୭ ଲକ୍ଷ ଭାରତୀୟ କୋରୋନାରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ଦ୍ବାରା ଦର୍ଶାଯାଇଥିବା ୪.୮ ଲକ୍ଷ ଲୋକ ନୁହଁନ୍ତି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସରକାର ସହାୟତା ଭାବେ ୪ ଲକ୍ଷ କ୍ଷତିପୂରଣ ଦେବା ଆବଶ୍ୟକ ।''

ପ୍ରକାଶଥାଉ କି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ବିଶ୍ବରେ କୋଭିଡ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଛି । ଏହାର ରିପୋର୍ଟ ଅନୁସାରେ, ସାରା ବିଶ୍ବରେ କୋଭିଡ ସଂକ୍ରମଣ ଆରମ୍ଭ ହେବାର 2 ବର୍ଷ ମଧ୍ୟରେ ମୋଟ ଦେଢ କୋଟିରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ସେହିପରି ଭାରତରେ ପ୍ରାୟ 47 ଲକ୍ଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସମଗ୍ର ବିଶ୍ବରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି, ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଢେର ଗୁଣା ଅଧିକ ହେବ । ଭାରତରେ ସରକାର ଦର୍ଶାଇଥିବା ମୃତ୍ୟୁ ସଂଖ୍ୟା ଠାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଗୁଣା ଅଧିକା ହେବା ନେଇ ସଂଗଠନ ତାର ରିପୋର୍ଟରେ ଦର୍ଶାଇଛି ।

Last Updated : May 6, 2022, 1:04 PM IST

ABOUT THE AUTHOR

...view details