ଓଡିଶା

odisha

ଡରାଇଲାଣି H3N2 ଭାଇରସ, ପୁଡୁଚେରୀରେ ଆସନ୍ତାକାଲି ଠାରୁ ୧୦ ଦିନ ସ୍କୁଲ ଛୁଟି

By

Published : Mar 15, 2023, 4:48 PM IST

ଦେଶରେ କାୟା ବିସ୍ତାର କରୁଛି H3N2 ଇନଫ୍ଲୁଏଞ୍ଜା ଭାଇରସ । ପୁଡୁଚେରୀରେ ଆସନ୍ତାକାଲି ଠାରୁ ୧୦ ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର । ଅଧିକ ପଢ଼ନ୍ତୁ

schools closed in Puduchchery
ପୁଡୁଚେରୀରେ ୧୦ ଦିନ ସ୍କୁଲ ଛୁଟି

ପୁଡୁଚେରୀ:ବ୍ୟାପୁଛି H3N2 ଭାଇରସ । ଦେଶରେ କ୍ରମାଗତ ଭାବେ H3N2 ଇନଫ୍ଲୁଏଞ୍ଜା ଭାଇରସ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ପୁଡୁଚେରୀରେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୧୬ ଅର୍ଥାତ ଆସନ୍ତାକାଲିଠାରୁ ୧୦ ଦିନ ଯାଏ ସ୍କୁଲ ବନ୍ଦଲ ନେଇ ପୁଡୁଚେରୀ ସରକାର ଘୋଷଣା କରିଛନ୍ତି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ପୁଡୁଚେରୀ ଶିକ୍ଷା ମନ୍ତ୍ରୀ ଏ. ନମଶିବାୟମ୍ ସୂଚନା ଦେଇଛନ୍ତି । H3N2 ଇନଫ୍ଲୁଏଞ୍ଜା ଭାଇରସ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୁଡୁଚେରୀ, କରାଇକଲ, ମାହେ ଏବଂ ଯନମ ଭଳି ଚାରୋଟି ସହରରରେ ଥିବା ସମସ୍ତ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଥିବା ସୂଚନା ମିଳିଛି । ପୁଡୁଚେରୀ ବିଧାନସଭାରେ ଶୂନ୍ୟକାଳ ସମୟରେ H3N2 ଇନଫ୍ଲୁଏଞ୍ଜା ଭାଇରସ ସଂକ୍ରମଣକୁ ନେଇ ଆଲୋଚନା ହୋଇଥିଲା । ପୁଡୁଚେରୀରେ ଏଯାଏ ୭୯ ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହି ଭାଇରସ ଛୋଟ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି ବିଭିନ୍ନ ତଥ୍ୟରୁ ସୂଚନା ମିଳିଛି । ତେଣୁ ପିଲାଙ୍କ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶିକ୍ଷାମନ୍ତ୍ରୀ ଏ. ନମଶିବାୟମ୍ ସୂଚନା ଦେଇଛନ୍ତି । ଏହି କ୍ରମରେ ମାର୍ଚ୍ଚ ୧୬ ତାରିଖରୁ ୨୬ ତାରିଖ ଯାଏ ସମସ୍ତ ପିଲାଙ୍କ ସ୍କୁଲ ଛୁଟି ରହିବ ।

ଦେଶରେ ଧୀରେଧୀରେ ଭୟଙ୍କର ରୂପ ନେଉଛି H3N2 ଇନଫ୍ଲୁଏଞ୍ଜା ଭାଇରସ । ପ୍ରତିଦିନ ଗୋଟିଏ ପରେ ଗୋଟିଏ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପଟେ କୋରୋନା ଭୟ ମନରୁ ଲିଭି ନଥିବାବେଳେ H3N2 ଇନଫ୍ଲୁଏଞ୍ଜା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି ଭାଇରସ ପାଇଁ ସତର୍କ ରହିବା ସହ ଆଗୁଆ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ପରାମର୍ଶ ଦିଆଯାଇଛି ।

ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟୀକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାତ ଧୋଇବା ଓ କୋରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ ବୋଲି ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ABOUT THE AUTHOR

...view details