ଓଡିଶା

odisha

By

Published : Oct 12, 2021, 6:04 PM IST

ETV Bharat / bharat

ମହିଳାଙ୍କ ମର୍ଯ୍ୟାଦା ଭୁଲିଗଲେ ଶିକ୍ଷାମନ୍ତ୍ରୀ !

ଯେଉଁ ସ୍କୁଲରେ ମହିଳା କର୍ମଚାରୀ ଅଧିକ ଅଛନ୍ତି, ସେଠାରେ ଝଗଡା ଅଧିକ ହୁଏ ବୋଲି ବୋଲି ବିବାଦୀୟ ବୟାନ ଦେଇଛନ୍ତି, ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ । ଅଧିକ ପଢନ୍ତୁ...

ମହିଳାଙ୍କ ମର୍ଯ୍ୟାଦା ଭୁଲିଗଲେ ଶିକ୍ଷାମନ୍ତ୍ରୀ, ଦେଲେ ବିବାଦିତ ବୟାନ
ମହିଳାଙ୍କ ମର୍ଯ୍ୟାଦା ଭୁଲିଗଲେ ଶିକ୍ଷାମନ୍ତ୍ରୀ, ଦେଲେ ବିବାଦିତ ବୟାନ

ଜୟପୁର:ମହିଳାଙ୍କୁ ମର୍ଯ୍ୟାଦା କଥା ଭୁଲିଗଲେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ । ଯେଉଁ ସ୍କୁଲରେ ମହିଳା କର୍ମଚାରୀ ଅଧିକ ଅଛନ୍ତି, ସେଠାରେ ଝଗଡା ଅଧିକ ହୁଏ ବୋଲି ବୋଲି ବିବାଦିତ ବୟାନ ଦେଇଛନ୍ତି, ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସସରେ ସାମ୍ନାକୁ ଆସିଛି ଶିକ୍ଷାମମନ୍ତ୍ରୀର ଏଭଳି ଲଜ୍ଜାଜନକ ମନ୍ତବ୍ୟ ।

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବୋଧନ କରୁଥିଲେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ । ସରକାର କିଭଳି ମହିଳାଙ୍କୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଉଛନ୍ତି, ସେ ବିଷୟରେ ମତ ରଖୁଥିଲେ ମନ୍ତ୍ରୀ ଗୋବିନ୍ଦ ସିଂହ । ଆଉ ଟିକିଏ ପ୍ରୟାସରେ ମହିଳାମାନେ ଆଗକୁ ଆସିପାରିବେ ବୋଲି କହୁଥିଲେ ମନ୍ତ୍ରୀ । ହେଲେ ମନ୍ତ୍ରୀଙ୍କ ପାଟିରେ ନଥିଲା ବାଡବନ୍ଧ । ନିଜ ସମ୍ବୋଧନରେ ସେ ଏଭଳି କଥା କହିଛନ୍ତି, ଯାହା ମହିଳାଙ୍କ ମର୍ଯ୍ୟାଦାକୁ ହାନୀ ପହଁଞ୍ଚାଇଛି ।

ଗୋବିନ୍ଦ ସିଂହ କହିଛନ୍ତି, ଆମ ପାଖକୁ ଅନେକ ଲୋକ ଆସନ୍ତି । ସହରରେ ଡ୍ୟୁଟି ଲଗାଇଦେବାକୁ ଅନୁରୋଧ କରନ୍ତି । ଆମେ କହୁ ଜାଗା ନାହିଁ । ସେମାନେ କୁହନ୍ତି, କେମିତି ଜାଗା ମିଳିବ ? ସବୁ ମହିଳାଙ୍କ ଡ୍ୟୁଟି ତ ସହରରେ ପକାଯାଇଛି ।

ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ସରକାର ଏଭଳି ନୀତି ଗଠନ କରିଛନ୍ତି, ଯେଉଁଥିରେ ମହିଳାଙ୍କୁ ପ୍ରାଥିମିକ ଅଧିକାର ମିଳୁଛି । ଆମେ ଚୟନ, ପଦୋନ୍ନତିରେ ମହିଳାଙ୍କୁ ପ୍ରାଥମିକତା ଦେଇଆସୁଛୁ । ହେଲେ ଅନେକ ଲୋକଙ୍କୁ ଏହା ଭଲ ଲାଗୁନାହିଁ । ଆପଣମାନଙ୍କ ମଧ୍ୟରେ ବହୁତ ଝଗଡା ହେଉଛି । ଯେଉଁ ସ୍କୁଲରେ ମହିଳା କର୍ମଚାରୀ ଅଧିକ ଅଛନ୍ତି, ସେଠାରେ ଝଗଡା ବଢୁଛି ବୋଲି କହିଛନ୍ତି ମନ୍ତ୍ରୀ ।

ABOUT THE AUTHOR

...view details