ଓଡିଶା

odisha

ETV Bharat / bharat

ମମିତା ମର୍ଡର ମାମଲା, ଓଡିଶା ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମହେର ହତ୍ୟାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି, ଓଡିଶା ଆସିବ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ
ମମିତା ମର୍ଡର ମିଷ୍ଟ୍ରି, ଓଡିଶା ଆସିବ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

By

Published : Oct 27, 2021, 1:06 PM IST

ନୂଆଦିଲ୍ଲୀ:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମହେର ହତ୍ୟାକାଣ୍ଡ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ରାଜରାସ୍ତାକୁ ଓହ୍ଲାଇ ଘଟଣାର ପ୍ରତିବାଦ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏ ନେଇ କେନ୍ଦ୍ରରୁ ମଧ୍ୟ ସ୍ବର ଉଠିବା ଆରମ୍ଭ ହେଲାଣି । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ସୂଚନା ଅନୁଯାୟୀ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ତିନିଦିନ ମଧ୍ୟରେ ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରିବେ । ଘଟଣା ସମ୍ପର୍କରେ ବିସ୍ତୁତ ଅନୁଧ୍ୟାନ କରିବ ଟିମ । ଏହି ପ୍ରତିନିଧ ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧକ୍ଷା ଭାନଥା ଶ୍ରୀନିବାସ, ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ରୁପା ମିତ୍ର ସାମିଲ ଅଛନ୍ତି । ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ ।

ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଗୋବିନ୍ଦ ସାହୁ ସ୍କୁଲରେ ଛାତ୍ରୀ ଓ ମହିଳାମାନଙ୍କ ଶୋଷଣ କରୁଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦର ବନ୍ଧୁ । ସେ ମଧ୍ୟ ଏଠାରେ ରାତ୍ରୀଯାପନ କରୁଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସବୁ ଜାଣି ମଧ୍ୟ ମୁ୍ଖ୍ୟମନ୍ତ୍ରୀ ଚୁପ ଅଛନ୍ତି । ଅପରାଧୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋହଳ ମନୋଭାବ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଦେଉଛି । ଫଳରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ଓ ନିର୍ଯାତନା ବୃଦ୍ଧି ପାଉଛି ବୋଲି କହିଛନ୍ତି ସମ୍ବିତ ପାତ୍ର ।

@ANI

ABOUT THE AUTHOR

...view details