ଓଡିଶା

odisha

International Flight Ban: ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ଅବଧି ବୃଦ୍ଧି

By

Published : Mar 1, 2022, 7:23 AM IST

Updated : Mar 1, 2022, 8:09 AM IST

ଆଜିଠୁ(ମଙ୍ଗଳବାର) ପୁଣି ବଢିଲା ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କଟକଣା । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ବନ୍ଦ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ । ଅଧିକ ପଢନ୍ତୁ

international Flight Ban: ଆନ୍ତର୍ଜାତିକ ବିମାନ ଉଡାଣ ବନ୍ଦ
international Flight Ban: ଆନ୍ତର୍ଜାତିକ ବିମାନ ଉଡାଣ ବନ୍ଦ

ନୂଆଦିଲ୍ଲୀ:କୋରୋନା ମହାମାରୀର ଦ୍ରୁତ ପ୍ରସାରକୁ ନେଇ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ଏହି କଟକଣା ଅବଧି ଗତକାଲି(ସୋମବାର) ଶେଷ ହୋଇଥିଲା । ହେଲେ ଆଜିଠୁ(ମଙ୍ଗଳବାର) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ପୁଣିଥରେ ଆନ୍ତର୍ଜାତିକ ବିମାନ ଉଡାଣ ବନ୍ଦ ଅବଧିକୁ ବଢାଇ ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ( DGCA) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କେବଳ କାର୍ଗୋ ବିମାନ ଏବଂ ଡିଜିସିଏ ଦ୍ବାରା ଅନୁମତିପ୍ରାପ୍ତ ବିମାନକୁ ଏଥିରୁ ବାଦ୍ ଦିଆଯିବ ।

ପ୍ରକାଶଥାଉ କି, ଦେଶରେ କୋରୋନାର ପ୍ରାଦୁର୍ଭାବ ଯୋଗୁଁ ୨୦୨୦ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିଛି । କୋରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଗତ ଜାନୁୟାରୀ ୧୯ ତାରିଖରେ ଏହି ବିମାନ ଉଡାଣ କଟକଣାକୁ ଫେବୃୟାରୀ ୨୮ ଯାଏଁ ବୃଦ୍ଧି କରାଯାଇଥିଲା । କାର୍ଗୋ ବିମାନ ଓ ଏୟାର ବବଲ୍ ବ୍ୟବସ୍ଥାରେ ୪୦ଟି ରାଷ୍ଟ୍ରକୁ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି । ପୂର୍ବରୁ ମାର୍ଚ୍ଚ ୧୫ରୁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ସ୍ବାଭାବିକ ହେବ ବୋଲି କୁହାଯାଉଥିବାବେଳେ କିନ୍ତୁ କଟକଣା ଅବଧି ପୁଣିଥରେ ବଢାଇ ଦିଆଯାଇଛି ।

Last Updated : Mar 1, 2022, 8:09 AM IST

ABOUT THE AUTHOR

...view details