ଚଣ୍ଡିଗଡ: ହରିୟାଣାରେ A ଓ B ବର୍ଗ ସରକାରୀ ଚାକିରି କ୍ଷେତ୍ରରେ ଅନୁସୂଚୀତ ଜାତିବର୍ଗ ପାଇଁ ବଡ ଘୋଷଣା କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ବର୍ଗ-A ଓ ବର୍ଗ-B ପାହ୍ୟାର ସରକାରୀ ଚାକିରିରେ ପଦନ୍ନୋତିରେ ଅନୁସୂଚୀତ ଜାତିବର୍ଗ ପାଇବେ 20% ସଂରକ୍ଷଣ ସୁବିଧା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି । ଆଜି ରାଜ୍ୟରେ ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ଏହି ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଏହି ଘୋଷଣାନାମା ବେଳେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, “ଆମେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ଦଲିଲ୍ ଯାଞ୍ଚ କରିସାରିଛୁ । ଏହା ପରେ ମୁଁ ଅନୁସୂଚୀତ ଜାତି (ଏସସି) ବର୍ଗ ପାଇଁ ଏହି ସଂରକ୍ଷଣ ଘୋଷଣା କରୁଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ ବର୍ଗ C ଏବଂ D ପାଇଁ ଏହି ଜାତିବର୍ଗଙ୍କ କ୍ଷେତ୍ରରେ ପୂର୍ବରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇସାରିଛି । ସେମାନେ ତାର ଲାଭ ଉଠାଇ ପାରୁଛନ୍ତି । ଏବେ ଏହି ସରକ୍ଷଣ ତାଲିକାରେ ବର୍ଗ A ଏବଂ B କୁ ମଧ୍ୟ ସାମିଲ କରଗଲା । ଆଜି ମୁଁ ଘୋଷଣା କରୁଛି ଯେ ଆମେ A ଏବଂ B ବର୍ଗରେ ପଦନ୍ନୋତି ପାଇଁ ଅନୁସୂଚୀତ ଜାତିବର୍ଗରେ 20% ସଂରକ୍ଷଣ ମଧ୍ୟ କାର୍ଯ୍ୟକାରୀ କରୁଛୁ । ଏକ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆନୁଷ୍ଠାନିକ ବିଜ୍ଞପ୍ତି ଏବଂ ବିସ୍ତୃତ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଦିଆଯିବ ।’’
ଖଟ୍ଟରଙ୍କ ଏହି ସଂରକ୍ଷଣ ଘୋଷଣାକୁ ଉପମୁଖ୍ୟମନ୍ତ୍ରୀ ଦ୍ୟୁଷ୍ୟନ୍ତ ଚୌଟାଲା ସ୍ବାଗତ କରିଛନ୍ତି । ଏହା ଏକ ପ୍ରଭାବୀ ନିଷ୍ପତ୍ତି ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଆଜି ବିରୋଧୀ କଂଗ୍ରେସ ହରିୟାଣା ନୁହଁ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ କରି ଗୃହରେ ନାରାବାଜୀ ଓ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି ।