ଓଡିଶା

odisha

By

Published : May 10, 2021, 5:09 PM IST

ETV Bharat / bharat

ଦିଲ୍ଲୀରେ ଟିକା ଅଭାବ; ଦିନକ ପରେ କୋଭାକ୍ସିନ, 3 ଦିନରେ ସରିବ କୋଭିସିଲ୍ଡ

ଦିଲ୍ଲୀରେ 18 ରୁ 44 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ହେଲେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । ଦିଲ୍ଲୀରେ ମାତ୍ର ଗୋଟିଏ ଦିନ ପାଇଁ କୋଭାକ୍ସିନ ଟିକା ରହିଥିବାବେଳେ କୋଭିସିଲ୍ଡ ଟିକା 3 ରୁ 4 ଦିନର ଡୋଜ ଉପଲବ୍ଧ ଅଛି। ଅଧିକ ପଢନ୍ତୁ...

ଦିଲ୍ଲୀରେ ଟିକାର ଅଭାବ; ଦିନେ ଯିବ କୋଭାକ୍ସିନ, 3ଦିନ କୋଭିସିଲ୍ଡ
ଦିଲ୍ଲୀରେ ଟିକାର ଅଭାବ; ଦିନେ ଯିବ କୋଭାକ୍ସିନ, 3ଦିନ କୋଭିସିଲ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ 18 ରୁ 44 ବର୍ଷ ବୟସ୍କ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ବହୁ ସଂଖ୍ୟାରେ ଲୋକେ ଟୀକାକରଣ ପାଇଁ ଆଗେଇ ଆସିଛନ୍ତି । ହେଲେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । ଦିଲ୍ଲୀରେ ମାତ୍ର ଗୋଟିଏ ଦିନ ପାଇଁ କୋଭାକ୍ସିନ ଟିକା ରହିଥିବାବେଳେ କୋଭିସିଲ୍ଡ ଟିକା 3 ରୁ 4 ଦିନର ଡୋଜ ଉପଲବ୍ଧ ଅଛି।

ରାଜ୍ୟରେ ଟିକାର ଉପଲବ୍ଧତାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଆମେ ବାରମ୍ବାର କେନ୍ଦ୍ରକୁ ଟିକା ଯୋଗାଇବା ନେଇ କେନ୍ଦ୍ରକୁ ନିବେଦନ କରିଆସୁଛୁ । ହେଲେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ସୁନିଶ୍ଚିତ କରାଯାଉନାହିଁ । ତେବେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଟିକା ଉତ୍ପାଦନକାରୀଙ୍କୁ ଯଥାଶୀଘ୍ର ଦିଲ୍ଲୀକୁ ଟିକା ଯୋଗାଇ ଦେବାକୁ କହିଥିଲେ ।ସୂଚନାଯୋଗ୍ୟ, ଚଳିତ ମାସ ରୁ 18 ବର୍ଷ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ କୋରୋନା ଟୀକାକରଣ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଅନୁସାରେ, ଟିକା ଉତ୍ପାଦକଙ୍କ ଠାରୁ ବେସରକାରୀ ହସ୍ପିଟାଲ, ରାଜ୍ୟ ସିଧାସଳଖ କିଣିପାରିବେ । 50 ପ୍ରତିଶତ ରାଜ୍ୟ ଓ କେନ୍ଦ୍ର ସରକାର କିଣିବା ନେଇ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details