ନୂଆଦିଲ୍ଲୀ:କାଶ୍ମୀରରୁ ଧାରା 370 ଉଚ୍ଛେଦକୁ କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ମାମଲା ରାୟ ସୋମବାରର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । 2019 ମସିହାରେ କେନ୍ଦ୍ର ସରକାର ଏହି ଉଚ୍ଛେଦ କରିଥିଲ । ଯାହାକୁ ବିରୋଧ କରି ଏକାଧିକ ମାମଲା କୋର୍ଟରେ ଦାଏର ହୋଇଥିଲା । ଦୀର୍ଘ 4 ବର୍ଷର ଶୁଣାଣି ପରେ ସୋମବାର ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ ଏହି ମାମଲାରେ ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ବହୁ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷ ଜନସ୍ବାର୍ଥ ମାମଲା ଦାଏର କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- Article 370 abrogation: ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ
ଏହା ମଧ୍ୟ ପଢନ୍ତୁ :- Article 370 hearing: 35-A କାଶ୍ମୀରବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରୁଥିଲା କହିଲେ ସର୍ବୋଚ୍ଚ କୋର୍ଟ
କେନ୍ଦ୍ର ସରକାର 2019 ମସିହାରେ କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା-370 ଓ 35-ଏ କୁ ଉଚ୍ଛେଦ କରିଥିଲେ । ଏହାକୁ ବିରୋଧ କରି ଏକାଧିକ ପିଟିସନ ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଥିଲା । 2019ରେ କାଶ୍ମୀରରୁ ଧାରା 370 ଓ 35(କ)କୁ ଉଚ୍ଛେଦ କରିବା ସହ କାଶ୍ମୀରର ରାଜ୍ୟ ପାହ୍ୟାକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ସେବେ ଠାରୁ କାଶ୍ମୀରରେ ନିର୍ବାଚନ ହୋଇନାହିଁ । ଏହି ନିର୍ବାଚନ ପ୍ରସଙ୍ଗ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଉଠିଥିଲା । କୋର୍ଟ ମଧ୍ୟ ସରକାରୀ ପକ୍ଷକୁ କେବେ ନିର୍ବାଚନ କରାଯିବ ବୋଲି ପ୍ରଶ୍ନ କରିଥିଲେ । ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଛି । ଶୀଘ୍ର ନିର୍ବାଚନ ହେବା ନେଇ ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ । ଏବେ ଏହି ବହୁଚର୍ଚ୍ଚିତ ମାମଲାର ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ସୋମବାର ପ୍ରକାଶ ପାଇବାକୁ ଯାଉଛି ।
ଗତକାଲି ଗୃହରେ ଜମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ଓ ପୁନର୍ଗଠନ ବିଲ ପାସ କରିଛି କେନ୍ଦ୍ର ସରକାର । ଏହା ସହ ଖୁବଶିଘ୍ର କାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତାବର୍ଷ ପ୍ରାରମ୍ଭରେ ଲୋକସଭା ନିର୍ବାଚନ ମଧ୍ୟ ରହିଛି । ତେଣୁ ଏହା ପୂର୍ବରୁ କାଶ୍ମୀର ଓ ଲଦାଖକୁ ରାଜ୍ୟପାହ୍ୟା ଫେରିପାରେ । ସୋମବାର ଏହି ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ