ଓଡିଶା

odisha

ETV Bharat / bharat

Maha Crisis: ଫ୍ଲୋର ଟେଷ୍ଟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ, ସଂଧ୍ୟାରେ ଶୁଣାଣି - ଆଜି ସର୍ବୋଚ୍ଚ କୋର୍ଟରେ ମହାରାଷ୍ଟ୍ର ଶୁଣାଣି

ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଫ୍ଲୋର ଟେଷ୍ଟ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା । ଆଜି ସଂଧ୍ୟାରେ ଶୁଣାଣି । ଅଧିକ ପଢନ୍ତୁ

Maha crisis: ଫ୍ଲୋର ଟେଷ୍ଟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ, ସଂଧ୍ୟାରେ ଶୁଣାଣି
Maha crisis: ଫ୍ଲୋର ଟେଷ୍ଟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ, ସଂଧ୍ୟାରେ ଶୁଣାଣି

By

Published : Jun 29, 2022, 12:32 PM IST

ମମ୍ବାଇ:ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ସକାଳେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ । ଆସନ୍ତାକାଲି(ଗୁରୁବାର) ଗୃହରେ ଫ୍ଲୋର ଟେଷ୍ଟ ହେବାକୁ ଥିବା ବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ଦଳର ମୁଖ୍ୟ ସଚେତକ ସୁନିଲ ପ୍ରଭୁ ସର୍ବୋଚ୍ଚ କୋର୍ଟରେ ଏହି ମାମଲା ଦାଏର କରିଥିବା ବେଳେ ଆଜି ସଂଧ୍ୟାରେ ମମଲାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟ ସହମତି ମଧ୍ୟ ପ୍ରକାଶ କରିଛନ୍ତି ।

ଆସନ୍ତାକାଲି (ଗୁରୁବାର) ଏହି ସଙ୍କଟର ଅନ୍ତ ହେବା ନେଇ ଆଶା ସୃଷ୍ଟି ହୋଇଥିଲା । ତେବେ ଫ୍ଲୋର ଟେଷ୍ଟ ଏବେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ନିର୍ଭର କରେ । ଶିବସେନା ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଭି ଏହି ମାମଲା ପରିଚାଳନା କରିବେ । ଆବେଦନକାରୀ ଓକିଲ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଅବୈଧ ବୋଲି ଦର୍ଶାଇବା ସହ ଆସନ୍ତାକାଲି ପୂର୍ବରୁ କୋର୍ଟ ଏହି ମାମଲାର ତ୍ବରିତ ଶୁଣାଣି କରନ୍ତୁ ବୋଲି ନିବେଦନ କରିଥିଲେ । କୋର୍ଟ ମଧ୍ୟ ମାମଲାର ଗମ୍ଭିରତାକୁ ଦେଖି ଆଜି ସଂଧ୍ୟାରେ ଶୁଣାଣି ପାଇଁ ରାଜି ହୋଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜେ.ବି ପରିଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ:-Maha Crisis: କାଲି ଉଦ୍ଧବଙ୍କ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କ ଚିଠି

ଅନ୍ୟପଟେ ଆସନ୍ତାକାଲି ଫ୍ଲୋର ଟେଷ୍ଟ ନୋଟିସ ପରେ ଆଜି ସଂଧ୍ୟାରେ ମୁମ୍ବାଇ ମୁହାଁ ହେବା ପାଇଁ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଯୋଜନା ରଖିଛି । ବରିଷ୍ଠ ଆଇନଜୀବୀ ନୀରାଜ କିଷାନ କୌଲ ସିନ୍ଧେଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ । ପୂର୍ବରୁ ଉପ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏକନାଥ ସିନ୍ଧେ । କୋର୍ଟ ମଧ୍ୟ ବାତସ୍ପତିଙ୍କ ଏପରି ନିଷ୍ପତ୍ତିକୁ ରୋକ ଲଗାଇବା ସହ ସିନ୍ଧେ ଗୋଷ୍ଠୀଙ୍କୁ ବଡ ଆଶ୍ବସ୍ତି ଦେଇଥିଲେ ।

ଆଜି ସଂଧ୍ୟାରେ ହେବାକୁ ଥିବା ଶୁଣାଣିର ରାୟ ନିର୍ଣ୍ଣାୟକ ହୋଇପାରେ । ସର୍ବୋଚ୍ଚ କୋର୍ଟ ଯଦି ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ନିଷ୍ପତ୍ତିକୁ ବୈଧ ବୋଲି ଘୋଷଣା କରନ୍ତି, ତେବେ ଆସନ୍ତାକାଲି ଉଦ୍ଧବ ସରକାର ଗୃହରେ ବହୁମତର ପରୀକ୍ଷା ଦେବେ । ଆଜିର ଶୁଣାଣି ସମ୍ପୂର୍ଣ୍ଣ ଘଟଣା ପାଇଁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details