ଓଡିଶା

odisha

ETV Bharat / bharat

ପାଲଘର ଭିଡ ହିଂସା ଘଟଣା, ଆଜି ସୁପ୍ରିମକୋର୍ଟରେ ଶୁଣାଣି - SC to hear plea in Palghar mob-lynching case

ପାଲଘର ଭିଡ ହିଂସା ଘଟଣାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏହାର ଯାଞ୍ଚ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରାଯିବ। ଅଧିକ ପଢନ୍ତୁ...

ପାଲଘର ଭିଡ ହିଂସା ଘଟଣା, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ପାଲଘର ଭିଡ ହିଂସା ଘଟଣା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

By

Published : Feb 24, 2021, 11:58 AM IST

ନୂଆଦିଲ୍ଲୀ: ପାଲଘର ଭିଡ ହିଂସା ଘଟଣାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏହାର ଯାଞ୍ଚ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରାଯିବ। ମହାରାଷ୍ଟ୍ର ସରକାର ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୂଚନା ଦେଇଥିଲେ ଯେ, ଏହି ଘଟଣାରେ ସମସ୍ତ ଦୋଷୀ ପୋଲିସ ଅଧିକାରୀଙ୍କୁ ଦଣ୍ଡିତ କରାଯିବା ସହ ସେବାରୁ ନିଲମ୍ବିତ କରାଯାଇଛି।

ଏହି ନିବେଦନ ସିବିଆଇ ଦ୍ବାରା ଅନୁସନ୍ଧାନ ଏବଂ ପୋଲିସ୍ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ ହୋଇଛି। ଲକଡାଉନ୍ ନିୟମ ଉଲ୍ଲଂଘନ କରି ହିଂସାକାରୀଙ୍କ ସମାଗମକୁ ରୋକିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଥାଉକି, 16 ଏପ୍ରିଲ 2020 ରେ ପାଲଗରରେ ଦୁଇଜଣ ସାଧୁ ମହାରାଜ (70), ସୁଶୀଲଗିରି ମହାରାଜ (35) ଏବଂ ସେମାନଙ୍କ ଡ୍ରାଇଭର ନୀଲେଶ (30) ଶିଶୁ ଚୋରି ଅଭିଯୋଗରେ ଦଳେ ଲୋକ ପିଟି ପିଟି ମାରିଦେଇଥିଲେ । ଏହି ସାଧୁମାନେ ଏକ ଅନ୍ତ୍ୟଷ୍ଟିକ୍ରୀୟାରେ ଯୋଗଦେବା ପାଇଁ ଗୁଜରାଟ ଯାଉଥିଲେ । ଏହି ମାମଲାରେ ମହାରାଷ୍ଟ୍ର ପୋଲିସର ସିଆଇଡି ଏକ ଅଭିଯୋଗ ଫାଇଲ କରିଥିଲେ ।

ତେବେ ଥାନେ କୋର୍ଟ ପାଲଘର ଭିଡ ହିଂସା ମାମଲାରେ ଗିରଫ ହୋଇଥିବା 89 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସମସ୍ତ 89 ଜଣଙ୍କ ଉପରେ ଜାମିନ ପାଇଁ 15,000 ଟଙ୍କା ଲେଖାଏଁ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲୋକମାନେ କେବଳ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛି ।

ଏହାପୂର୍ବରୁ ଡିସେମ୍ବର 8, 2020 ରେ କୋର୍ଟ ଏହି ମାମଲାରେ 47 ଅଭିଯୁକ୍ତ ଏବଂ ନଭେମ୍ବରରେ 58 ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ପ୍ରାୟ 250 ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ମଧ୍ୟରୁ 180 ରୁ ଅଧିକ ଜାମିନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details