ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ବେଳେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି (PM Security Breach) ଦେଖାଯାଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ସୋମବାର) ସୁପ୍ରିମକୋର୍ଟରେ ପୁନଃ ଶୁଣାଣି ହୋଇଛି (SC to hear PM Modi security breach) । ଏହାପୂର୍ବରୁ ଗତ ଜାନୁଆରୀ ୭ ତାରିଖରେ ପ୍ରଥମ ଶୁଣାଣି ହୋଇଥିଲା ।
ଶୁଣାଣିର ପ୍ରଥମ ଦିନରେ ତଦନ୍ତକୁ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହା ସହ ପିଏମଙ୍କ ଗସ୍ତର ବିସ୍ତୃତ ରିପୋର୍ଟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୋମବାର ଯାଏ ତଦନ୍ତ କାର୍ଯ୍ୟ ସ୍ଥଗିତ ରଖିବା ସହ ପଞ୍ଜାବ ରେଜିଷ୍ଟ୍ରାର ଜେନେରାଲ ଓ ହରିୟାଣା ହାଇକୋର୍ଟଙ୍କୁ ପିଏମଙ୍କ ଗସ୍ତର ବିସ୍ତୃତ ରିପୋର୍ଟ ସଂରକ୍ଷିତ ରଖିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଆଜି ପୁନଃର୍ବାର ଶୁଣାଣିରେ ମଧ୍ୟ ଚାଲିଥିବା ତଦନ୍ତକୁ ସ୍ଥଗିତ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ନୂଆ କମିଟି ଗଠନ କରଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ଜଜ୍ଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ । ଗଠିତ କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍ଆଇଏ ଡିଜି ଓ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ରହିବେ ।