ଓଡିଶା

odisha

ETV Bharat / bharat

ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦନ: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି - ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି

ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦନ । ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦ: ଆସନ୍ତାକାଲି ସୁପ୍ରିମ କୋର୍ଟରେ ଶୁଣାଣି
ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦ: ଆସନ୍ତାକାଲି ସୁପ୍ରିମ କୋର୍ଟରେ ଶୁଣାଣି

By

Published : May 16, 2022, 6:57 PM IST

ଲକ୍ଷ୍ନୌ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିଥିବା ଭିଡିଓଗ୍ରାଫି ସର୍ଭେକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲାର ଆସନ୍ତାକାଲି (ମଙ୍ଗଳବାର) ଶୁଣାଣି ହେବ । ଆହ୍ଲାବାଦ ଉଚ୍ଚନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରିବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବରସ୍ଥ ହୋଇଛନ୍ତି ମୁସଲିମ ପକ୍ଷ । ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଆଜି ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ବାରାଣାସୀ କୋର୍ଟରେ ଭିଡିଓଗ୍ରାଫି ସର୍ଭେର ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି ।

ତେବେ ମସଜିଦ ପରିସରରେ ଭିଡିଓଗ୍ରାଫିକୁ ପ୍ରଥମ ଦିନରୁ ବିରୋଧ କରିଆସୁଛନ୍ତି ମୁସଲିମ ପକ୍ଷ । ବାରାଣାସୀର ଅଞ୍ଜୁମାନିଆ ମସଜିଦ ପରିଚାଳନା କମିଟି ତଳ- କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଭିଡିଓ ସର୍ଭେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଏହି ମାମଲା ଦାଏର କରିଥିଲା ।

ତେବେ ମାମଲାକୁ ଜରୁରୀ ତାଲିକାରେ ସୂଚୀତ କରିବା ଓ ତ୍ବରିତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପାଇଁ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି (17 ତାରିଖ) ଏହାର ଶୁଣାଣି କରିବାକୁ ତାରିଖ ଚୂଡାନ୍ତ କରାଯାଇଛି । ଅନ୍ୟପଟେ ଆଜି ଭିଡିଓଗ୍ରାଫି ପରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା ଦାବି ଉଠିବା ପରେ ଆସନ୍ତାକାଲି ସର୍ବୋଚ୍ଚ କୋର୍ଟ କଣ ରାୟ ଦେଉଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details