ଓଡିଶା

odisha

ETV Bharat / bharat

ସୋମବାର ନକଲି ଟିକା ବିକ୍ରି ନେଇ ଦାଏର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟରେ ନକଲି ଟିକା ବିକ୍ରି ପିଟିସନର ଶୁଣାଣି

ନକଲି କୋରୋନା ଟିକା ବିକ୍ରି ରୋକିବା ପାଇଁ ଦାଏର ପିଟିସନର ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଇନଜୀବୀ ବିଶାଲ ତିୱାରୀ ଦାଖଲ କରିଥିଲେ ଏହି ପିଟିସନ । ଅଧିକ ପଢନ୍ତୁ...

ସୋମବାର ନକଲି ଟିକା ବିକ୍ରି ଉପରେ ଦାୟର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ
ସୋମବାର ନକଲି ଟିକା ବିକ୍ରି ଉପରେ ଦାୟର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

By

Published : May 30, 2021, 2:59 PM IST

ନୂଆଦିଲ୍ଲୀ: ନକଲି କୋରୋନା ଟିକା ବିକ୍ରି ରୋକିବା ପାଇଁ ଦାଏର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ବିପର୍ଯ୍ୟୟ ପରିଚାଳନା ଆକ୍ଟ ଅନୁଯାୟୀ ଆଇନଜୀବୀ ବିଶାଲ ତିୱାରିଙ୍କ ଦାଏର ଏହି ପିଟିସନର ଆସନ୍ତା ସୋମବାର ଶୁଣାଣି ହେବ ।

ଜଷ୍ଟିସ ଡଃ ଧନଞ୍ଜୟ ଚନ୍ଦ୍ରହୁଡ, ଜଷ୍ଟିସ ଏଲ ନାଗେଶ୍ବର ରାଓ, ଶ୍ରୀପଥି ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସୂଚନାଥାଉ କି, ତତ୍କାଳୀନ ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଶୀର୍ଷ ଅଦାଲତର ତିନି ଜଣିଆ ଖଣ୍ଡପୀଠ ଗତ ଫେବୃୟାରୀ 11 ତାରିଖରେ ଆଇନଜୀବୀ ତିୱାରିଙ୍କ ଏହି ଆବେଦନକୁ ଅସ୍ବୀକାର କରିବା ସହ ମାମଲାରେ ଠୋସ୍ ପ୍ରମାଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ କୋରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି । କୋରୋନାକୁ ମାତ୍ ଦେବାକୁ ଟିକା ମୁଖ୍ୟ ସଞ୍ଜିବନୀ ଭାବେ ବିବେଚିତ ହୋଇଛି । ହେଲେ ବଜାରରେ ନକଲି କୋରୋନା ଟିକା ଉପଲବ୍ଧ ହେଉଛି । ଯାହାକୁ ରୋକିବାକୁ ଆଇନଜୀବୀ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଯେକୌଣସି ସଙ୍ଗଠନ, କମ୍ପାନୀ ଏବଂ ଅନଲାଇନ ଆପ୍ ଜରିଆରେ ନକଲି ଟିକା ବିକ୍ରୟର ସମ୍ଭାବନାକୁ ରୋକିବାକୁ ବିପର୍ଯ୍ୟୟ ପରିଚାଳନା ଆକ୍ଟ ଅଧିନରେ କଠୋର ନିର୍ଦ୍ଦେଶାନାମା ଓ ଗାଇଡଲାଇନ ଜାରି କରିବା ପାଇଁ ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ଏଥିସହ ନକଲି ଟୀକାକରଣ ଭଳି ବିପଦରୁ ନାଗରିକଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ କେନ୍ଦ୍ର ସମେତ ଉତ୍ତରଦାତାଙ୍କୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଉପରେ କଠୋର ଆଇନ ପ୍ରଣୟନ କରିବାକୁ ସେ ପିଟିସନରେ ନିବେଦନ କରିଛନ୍ତି ।

କୋରୋନାକୁ ପ୍ରତିହତ କରିବାକୁ ସମସ୍ତ ଦେଶ ଗବେଷଣା ଜାରି ରଖିଛନ୍ତି । କିଛି ଦେଶ କୋରୋନା ବିରୋଧୀ ଟିକା ଉଦ୍ଭାବନ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ବିଶେଷକରି ବ୍ରିଟେନ ନାଗରିକଙ୍କ ପାଇଁ ଆଣ୍ଟି କୋଭିଡ ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ଆଇନଜୀବୀ ବିଶାଲ ତିୱାରି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details