ଓଡିଶା

odisha

ETV Bharat / bharat

pleas challenging CAA: ଅକ୍ଟୋବରରେ 31ରେ ପରବର୍ତ୍ତୀ ଶୁଣାଣି, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ - ସର୍ବୋଚ୍ଚ କୋର୍ଟରେ ସିଏଏ ମାମଲା

ନାଗରିକତା ସଂଶୋଧନ ଆଇନ(CAA)କୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କଲେ ସର୍ବୋଚ୍ଚ କୋର୍ଟ । କେନ୍ଦ୍ରକୁ ଉତ୍ତର ରଖିବାକୁ ନିର୍ଦ୍ଦେଶ (SC seeks Centre response on CAA)। ଅକ୍ଟୋବର 31ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ । ଅଧିକ ପଢନ୍ତୁ

pleas challenging CAA: ଅକ୍ଟୋବରରେ 12ରେ ଶୁଣାଣି, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
pleas challenging CAA: ଅକ୍ଟୋବରରେ 12ରେ ଶୁଣାଣି, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

By

Published : Sep 12, 2022, 9:32 PM IST

ନୂଆଦିଲ୍ଲୀ:ନାଗରିକତ୍ବ ସଂଶୋଧନ ଆଇନ (CAA) କୁ ରଦ୍ଦ କରିବା ନେଇ ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ମାମଲାର (pleas challenging CAA) ଶୁଣାଣି ଅକ୍ଟୋବର 31 ରେ କରିବେ ସର୍ବୋଚ୍ଚ କୋର୍ଟ (CAA pleas to be hear by sc)। ତେବେ ଏହି ଆବେଦନରେ ଏହି ଆଇନର କାର୍ଯ୍ୟକାରୀତାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଶୁଣାଣି ଜାରି ରଖିବେ । ପୂର୍ବରୁ ଏକାଧିକ ମାମଲା ଥିବା ବେଳେ ଏହି ନୂଆ କରି ଦାଖଲ ହୋଇଥିବା ମାମଲାରେ ଉତ୍ତର ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ 4 ସପ୍ତାହ ସମୟ ମଧ୍ୟ ଦେଇଛନ୍ତି (SC seeks Centre response on CAA)।

ମୋଦି ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଏକାଧିକ ମାମଲାର ଶୁଣାଣି ସୋମାବାର ହୋଇଥିଲା । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ଖଣ୍ଡପୀଠ କହିଥିଲେ ମାମଲା ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର ସରକାର ଦାଖଲ କରଛନ୍ତି, କିନ୍ତୁ ଏବେ ମଧ୍ୟ କିଛି ଦଲିଲ ଦାଖଲ କରିବା ବାକି ରହିଛି । ଅନ୍ୟପଟେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । କେନ୍ଦ୍ର ଆଣିଥିବା ନାଗରିକତ୍ବ ସଂଶୋଧନ ଆଇନର ବୈଧତା ନେଇ ହୋଇଥିବା ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତ ଓ ଜଷ୍ଚିସ ଏସ.ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା ।

ଆଜି ଏହି ସମ୍ପର୍କିତ ମୋଟ 220 ଟି ମାମଲାରେ ଆଜି ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ । 2020ରେ ପ୍ରବଳ ବିରୋଧ ସତ୍ତ୍ବେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀତାରେ ସ୍ଥଗିତାଦେଶ ଜାରି କରିବା କିମ୍ବା ଅବୈଧ ଘୋଷଣା କରିବା ପାଇଁ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ ଭାବେ ମନା କରିଥିଲେ । 2020 ରେ ମୋଦି ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଥିଲେ ସୁଦ୍ଧା ଦେଶବ୍ୟାପୀ ଏହାକୁ ନେଇ ବିବାଦ ଦେଖିବାକୁ ମିଲିଥିଲା ।

ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ କଂଗ୍ରେସ ଓ ଅନ୍ୟ କିଛି ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରି ପ୍ରତିବାଦ କରିବା ସହ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ପରବର୍ତ୍ତୀ ସ୍ଥିତିରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହି ଆଇନକୁ ରଦ୍ଦ ଘୋଷଣା କରିବା ପାଇଁ ଆବେଦନରେ ଦର୍ଶାଯାଇଥିଲେ ସୁଦ୍ଧା, ସର୍ବୋଚ୍ଚ କୋର୍ଟ ଏହାକୁ ଅବୈଧ ଘୋଷଣା କରିବା ପାଇଁ ସିଧାସଳଖ ମନା କରିଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ଦାଖଲ ହୋଇଥିବା ନୂଆ ମାମଲାର ଶୁଣାଣି କରି କେନ୍ଦ୍ରକୁ ଉତ୍ତର ମାଗିବା ସହ ଅକ୍ଟୋବର 31ରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details