ଚଣ୍ଡୀଗଡ:ପଞ୍ଜାବର ପୂର୍ବତନ ପିସିସି ଅଧ୍ୟକ୍ଷ ନବଜୋତ ସିଂସିଦ୍ଧୁଙ୍କ ମିଳିଲା ଆଶ୍ବସ୍ତି । ପୂର୍ବତନ ପଞ୍ଜାବ କଂଗ୍ରେସ ପିସିସି ସଭାପତି ସିଦ୍ଧୁଙ୍କୁ ରୋଡ ରେଜ ମାମଲାରେ ଆଶ୍ବସ୍ତି । ତେବେ ୩୩ ବର୍ଷ ପୁରୁଣା ମାମଲାରେ ସିଦ୍ଧୁଙ୍କ ଜାମିନ ସହ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ ।
୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଙ୍ଗକୁ ନେଇ ପଟିଆଲରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁ ବିରୋଧରୋ ମାମଲା ରୁଜୁ ହୋଇଥିଲା । ତେବେ ୩୩ ବର୍ଷ ପରେ ଏହି ଘଟଣାର ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
33 ବର୍ଷ ଧରି ପଡିଥିବା ରୋଡ୍ ରେଜ୍ କେସ୍ ପୁଣି ଥରେ ଖୋଲିଥିଲା । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ମାମଲା ହୋଇଥିଲା । ୧୯୮୮ର ରୋଡ୍ ରେଜ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା । ବିଚାରପତି ଏଏମ ଖାନଓ୍ଵିଲକବଂ ବିଚାରପତି କିଶନ କୌଲଙ୍କ ପୀଠ ୨୦୧୮ରେ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ । ତେବେ ରୋଡ୍ ରେଜ୍ ଘଟଣାରେ ପ୍ରାଣ ହରାଇଥିବା ପଟିଆଲା ବାସିନ୍ଦାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଦାଖଲ ସମୀକ୍ଷା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି । ଏତେ ବଡ ଅପରାଧ ଅଭିଯୋଗ ବିରୋଧରେ ଏତେ କମ ଦଣ୍ଡ ବିଧାନ କେମିତ ସମ୍ଭବପର ହେଲା ସେନେଇ ଶୁଣାଣୀ କରିବେ ସୁପ୍ରିମ କୋର୍ଟ ।