ଓଡିଶା

odisha

By ETV Bharat Odisha Team

Published : Dec 15, 2023, 4:00 PM IST

ETV Bharat / bharat

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ, ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

SC refuses to stay Allahabad HC order: ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

SC refuses to stay Allahabad HC order
SC refuses to stay Allahabad HC order

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ହୋଇଥିଲା । ତେବେ ଆଜି (ଶୁକ୍ରବାର) ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାରେ ଦଖଲ ନ ଦେବାକୁ ମନା କରିଦେଇଛନ୍ତି । ଗତ ଡିସେମ୍ବର ୧୪ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ସାହି ଇଦଗାହ ପରିସରରେ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ଲାଗି ଅନୁମତି ଦେଇଥିଲେ ।

ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଏହି ମାମଲାର ଶୁଣାଣି କରି ଗତ ୧୪ ତାରିଖରେ ଆହ୍ଲାବାଦ ହାଇକୋର୍ଟ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ କରିବା ଲାଗି ଅନୁମତି ଦେଇଥିଲେ । ତେବେ ମୁସଲିମ ପକ୍ଷ ଆହ୍ଲାବାଦଙ୍କ ରାୟକୁ ସ୍ଥଗିତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ମାମଲାର ଶୁଣାଣି କରି ଏହି ମାମଲାରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି । ଏଣୁ ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।"

ଏହା ବି ପଢନ୍ତୁ- ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆବେଦନ ସ୍ବୀକାର କଲେ କୋର୍ଟ, ନଭେମ୍ବର 18ରେ ଶୁଣାଣି

ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଇଦଗାହକୁ ହଟାଇବା ସହ ଏହି ଜମିକୁ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରିବା ଲାଗି ଅନେକ ଦିନରୁ ଦାବି ହୋଇଆସୁଛି । ପୂର୍ବରୁ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ଶାହି ଇଦଗାହ ପରିସରରେ ବୈଜ୍ଞାନିକ ସର୍ବେକ୍ଷଣ ଲାଗି ଅନୁମତି ଦେଇଥିଲେ । ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଯେଭଳି ଭାବରେ ସର୍ଭେ ହୋଇଥିଲା ଠିକ ସେହିପରି ହେବ । ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣ ଜୈନ ସୂଚନା ଦେଇ କହିଛନ୍ତି ଯେ ଏହି ସର୍ଭେ ଲାଗି ଅନୁମତି ମିଳିଥିବା ବେଳେ ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଶୁଣାଣିରେ ଆହ୍ଲାବାଦ ହାଇକୋର୍ଟ ସର୍ଭେରେ କଣ ହେବ ଏବଂ ଏହାର ରିପୋର୍ଟର ଦାଖଲ ନେଇ ସମୟ ସୀମା ଧାର୍ଯ୍ୟ କରାଯିବ ।

ବିବାଦ କଣ ? :-ହିନ୍ଦୁ ପକ୍ଷରୁ ଆବେଦନ ହୋଇଥିବା ମାମଲାରେ କୁହାଯାଇଛି ଯେ ଇଦଗାହ ପରିସରରେ ପଦ୍ମ ଫୁଲ ଆକୃତିର ଏକ ସ୍ତମ୍ଭ ରହିଛି ଓ ଏଥିରେ ଶେଷନାଗଙ୍କ ଆକୃତି ରହିଛି । ଯିଏକି ଶ୍ରୀକୃଷ୍ଣ ଜନ୍ମ ପରେ ତାଙ୍କର ରକ୍ଷା କରିଥିଲେ । ଏହି ସ୍ତମ୍ଭର ତଳ ଭାଗରେ ହିନ୍ଦୁ ଧର୍ମର ପ୍ରତୀକ ମଧ୍ୟ ରହିଛି । ହିନ୍ଦୁ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ସର୍ଭେ ନେଇ ଆବେଦନ ହୋଇଛି । ଏହାସହିତ ସର୍ଭେର ରିପୋର୍ଟ ଦାଖଲ କରିବା ନେଇ ସମୟ ସୀମା ଧାର୍ଯ୍ୟ କରିବା ସହିତ ଏକ ସ୍ବତନ୍ତ୍ର ଆୟୋଗ ଗଠନ ଲାଗି ମଧ୍ୟ ଅନୁମତି ଲୋଡ଼ା ଯାଇଛି ।

ସୂଚନା ଥାଉ କି ୧୯୬୮ ମସିହାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଗଠନ ଏବଂ ଶାହି ମସଜିଦ ଇଦଗାହ କମିଟି ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ମସଜିଦ ହଟାଇବା ଏବଂ ସମସ୍ତ ଜମି ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details