ହାଇଦ୍ରାବାଦ:ରାଜ୍ୟରେ ଜାରି ରହିଥିବା ଓକିଲ ଆନ୍ଦୋଳନ ନିୟନ୍ତ୍ରଣ ପ୍ରସଙ୍ଗରେ ପୋଲିସ ଡିଜିଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ କୋର୍ଟ (SC raps Odisha DGP over lawyers agitation)। ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ନେଇ କୋର୍ଟ ପୋଲିସ ମହାନିର୍ଦ୍ଦେଶକ ଓ ଉତ୍ତରାଞ୍ଚଳ ଆଇଜି (Sambalpur IGP)ଙ୍କୁ ଭର୍ତ୍ସନା କରିଛନ୍ତି । କେବଳ ଏତିକି ନୁହେଁ ଉଭୟ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ମଧ୍ୟ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ନିକଟରେ ହୋଇଥିବା ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଆନ୍ଦୋଳନରୁ ଓହରୁନଥିବା ଓକିଲଙ୍କ ବାର ଲାଇସେନ୍ସ ଖାରଜ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋର୍ଟ ପରିସରରେ ବିଚାରପତି, ନ୍ୟାୟିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଆବଶ୍ୟକ ହେଲେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ (SC raps Odisha DGP over lawyers agitation)।
ତେବେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଏବେ ମଧ୍ୟ ଆନ୍ଦୋଳନରେ ସେପରି ସୁଧାର ଆସିନାହିଁ । ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଲୋକେ ନ୍ୟାୟିକ ସେବା ପାଇ ପାରୁନାହାନ୍ତି । ହେଲେ ପୋଲିସ ଏହାର ନିୟନ୍ତ୍ରଣରେ ବିଫଳ ହୋଇଥିଲେ ସୁଦ୍ଧା କୋର୍ଟକୁ ସ୍ଥିତି ସମ୍ପର୍କରେ ଅବଗତ କରିନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଯଦି ଏପରି ଅବସ୍ଥା ଲାଗି ରହେ ଓ ପ୍ରଦେଶ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ରହେ, ତେବେ କେନ୍ଦ୍ରୀୟ ଫୋର୍ସ ଲଗାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଉଭୟ ପୋଲିସ ଡିଜି ଓ ଆଜିଙ୍କ କାର୍ଯ୍ୟଶୈଳୀକୁ ଭର୍ତ୍ସନା କରିବା ସହ ଉଭୟ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଛି ।