ଓଡିଶା

odisha

ETV Bharat / bharat

Bano gang rape case: ଦୋଷୀଙ୍କୁ ଛାଡ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା

ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ଛାଡ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା । କହିଲେ କ୍ଷମତା ନୁହେଁ ବିବେକ ଖଟାଇ କାମ କର । ନିଷ୍ପତ୍ତି ସମ୍ପର୍କିତ ସମସ୍ତ ଫାଇଲ୍ସ ଦାଖଲ କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Bano gang-rape case: ଦୁଷ୍କର୍ମୀଙ୍କୁ ଛାଡ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା
Bano gang-rape case: ଦୁଷ୍କର୍ମୀଙ୍କୁ ଛାଡ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା

By

Published : Apr 18, 2023, 10:09 PM IST

ହାଇଦ୍ରାବାଦ:ବହୁଚର୍ଚ୍ଚିତ 2002 ଗୋଧ୍ରା ବିଲକିସ ବାନୋ ଗଣଦୁଷ୍କର୍ମ ଓ ଗଣହତ୍ୟା ମାମଲାରେ 11 ଦୋଷୀଙ୍କୁ ଗୁଜୁରାଟ ସରକାର ମୁକ୍ତ କରିବା ନିଷ୍ପତ୍ତିକୁ ତୀବ୍ର ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଗୁଜୁରାଟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିବା ବେଳେ ବିବେକ ଖଟାଇଛନ୍ତି କି ନାହିଁ, ବୋଲି ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଯଦି ଜଣେ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର 7 ସଦସ୍ୟଙ୍କ ଗଣହତ୍ୟା ଘଟାଇଥିବା 11 ଦୋଷୀଙ୍କୁ ଦଣ୍ଡାଦେଶ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରାଯିବା ଉଚିତ ବିଚାର କରାଗଲା, ତାହା କେଉଁ ଆଧାରରେ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ସରକାର କ୍ଷମତାର ଅପପ୍ରୟୋଗ କରି ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି କୋର୍ଟ ପ୍ରତ୍ୟେକ୍ଷ କହିଥିଲେ । ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ନିଜେ ବାନୋ ଚ୍ୟାଲେଞ୍ଜ କିରଥିଲେ । ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତି ତାଙ୍କୁ ନ୍ୟାୟରୁ ବଞ୍ଚିତ କରିଛି ବୋଲି ସେତେବେଳେ ବାନୋ କହିବା ସହ ସେ ଏହା ବିରୋଧରେ ଆଇନଗତ ଲଢେଇ ଜାରି ରଖିବେ ବୋଲି ମଧ୍ୟ କହିଥିଲେ ।

ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ତଥ୍ୟ ଦାଖଲ କରିନାହାନ୍ତି ସରକାର:-ଆଜି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଗୁଜୁରାଟ ସରକାରଙ୍କୁ ଏସମ୍ପର୍କିତ ସମସ୍ତ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା । ହେଲେ ସରକାର ଏପର୍ଯ୍ୟନ୍ତ ତାହା କଲେ ନାହିଁ । ସରକାର ଅଦାଲତ ଅବମାନନା କରୁଛନ୍ତି । କୋର୍ଟ ଏହି ନିଷ୍ପତ୍ତି କ୍ଷେତ୍ରରେ କ୍ଷମତାର ଅପବ୍ୟବହାର କରାଯାଇଛି ବୋଲି ସିଧା କହିଥିଲେ । ଏହି ମାମଲା ଅତ୍ୟନ୍ତ ଗମ୍ଭୀର ଥିଲା । ଏପରି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦାଣ୍ଡ ପାଇଥିବା ଦୋଷୀଙ୍କୁ ମୁକ୍ତ କରିବା କ୍ଷେତ୍ରରେ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଥିଲେ । ଆଜି ବାନୋ ତ, କାଲି ଆଉ କେହି ବୋଲି ମଧ୍ୟ କୋର୍ଟ କହିଥିଲେ ।

ମୁକ୍ତ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ସରକାର:-ସମସ୍ତ 11 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦାଣ୍ଡରେ ଦଣ୍ଡିତ କରାଯାଇଥିଲା । 1992 ମସିହା କ୍ଷମା ନୀତି (1992 remission policy) ଆଧାରରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । କିଛି ନିର୍ଦ୍ଦଷ୍ଟ ସଂଗଠନ ମଧ୍ୟ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ । ତେବେ ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ସୂଚନା ଦେଇଥିଲେ ।

କ’ଣ ଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା:-2002 ରେ ଗୁଜୁରାଟ ଗୋଧ୍ରାରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ 21ବର୍ଷୀୟା ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବାନୋ ସେ ସମୟରେ ଗର୍ଭବତୀ ମଧ୍ୟ ଥିଲେ । ଏଥିରେ ବାନୋଙ୍କ ପରିବାରର 7ଜଣଙ୍କୁ ନିର୍ମମ ହତ୍ୟା ମଧ୍ୟ କରାଯାଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାନୋଙ୍କ 3ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଥିଲା । ପରେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତଥ୍ୟ ପ୍ରମାଣ ଆଧାରରେ 11ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details