ଓଡିଶା

odisha

ETV Bharat / bharat

ଅଗଷ୍ଟ 25ରେ ତିସ୍ତାଙ୍କ ଜାମିନ ଆବେଦନ ଶୁଣାଣି - ତିସ୍ତାଙ୍କ ଜାମିନ ଆବେଦନ

ଆସନ୍ତା 25ରେ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦଙ୍କ ଜାମିନ ଆବେନଦ ଶୁଣାଣି ହେବ । ଅଧିକ ପଢନ୍ତୁ

ଆସନ୍ତା 25ରେ ତିସ୍ତାଙ୍କ ଜାମିନ ଆବେଦନ ଶୁଣାଣି
ଆସନ୍ତା 25ରେ ତିସ୍ତାଙ୍କ ଜାମିନ ଆବେଦନ ଶୁଣାଣି

By

Published : Aug 23, 2022, 7:21 AM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ 2002 ଗୁଜୁରାଟ ଗୋଦ୍ରା ଦଙ୍ଗା ମାମଲାରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ । ଜାମିନ ଆବେଦନ କରି ନିରାଶ ହୋଇଛନ୍ତି ତିସ୍ତା । ସୋମବାର ସୁପ୍ରିମକୋର୍ଟରୁ ତିସ୍ତାଙ୍କୁ ଅନ୍ତରୀଣ ଆଶ୍ବସ୍ତି ମିଳିନାହିଁ । ତାଙ୍କ ଜାମିନ ଆବେଦନ ନେଇ ଆସନ୍ତା 25 ତାରିଖରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

ସୋମବାର ସୁପ୍ରିମକୋର୍ଟ ବିଚାରପତି ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ତିସ୍ତାଙ୍କ ପକ୍ଷରୁ ଓକିଲ କପିଲ ଶିବଲ କହିଥିଲେ, ଆମେ ଅନ୍ତରୀଣ ଆଶ୍ବସ୍ତି ଚାହୁଁଛୁ ।'' ହାଇକୋର୍ଟ ସେପ୍ଟେମ୍ବର 19 ତାରିଖରେ ଶୁଣାଣି ଲାଗି ସମୟ ଧାର୍ଯ୍ୟ କରିଛନ୍ତି । ଏହାପରେ ଖଣ୍ଡପୀଠ ତାଙ୍କୁ ଅଗଷ୍ଟ 25 ଯାଏଁ ଅପେକ୍ଷା କରିବାକୁ କହିଥିଲେ । ସେପଟେ ତିସ୍ତାଙ୍କ ଜାମିନ ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଗୁଜୁରାଟ ଦଙ୍ଗା ଷଡଯନ୍ତ୍ର ମାମଲାରେ ରାଜ୍ୟର ଉଚ୍ଚ ପଦାଧିକାରୀଙ୍କୁ ଫଶାଇବା ଲାଗି ରେକର୍ଡରେ ଜାଲିଆତି କରିବା ଅଭିଯୋଗରେ ଜୁନ 26ରେ ତିସ୍ତାଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢନ୍ତ...ତିସ୍ତା ସିତଲଓ୍ବାଦ କିଏ ? ଜାଣନ୍ତୁ କାହିଁକି ସେ ଚର୍ଚ୍ଚାରେ

ଗୁଜୁରାଟ ଦଙ୍ଗାରେ ଗୁଜୁରାଟର ପୂର୍ବତନ DGP ଆଇପିଏସ୍ ଅଧିକାରୀ ଆର.ବି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହା ସହିତ ପୂର୍ବତନ ଆଇପିଏସ ଅଫିସର ସଞ୍ଜୀବ ଭଟ୍ଟଙ୍କର ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । 2002 ଫେବୃଆରୀରେ ଗୁଜୁରାଟ ଅହମ୍ମଦାବଦରେ ଦଙ୍ଗା ହୋଇଥିଲା । ଏଥିରେ 69ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ ।

ABOUT THE AUTHOR

...view details