ଓଡିଶା

odisha

ETV Bharat / bharat

Param Bir Singhଙ୍କୁ ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ SC - ମୁମ୍ବାଇ ପୂର୍ବତନ ପୋଲିସ କମିସନର

ଗିରଫରୁ ବର୍ତ୍ତିଲେ ପଳାତକ ଘୋଷିତ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ଅନ୍ତରୀଣ ସୁରକ୍ଷା (protection from arrest )ପ୍ରଦାନ କଲେ ସର୍ବୋଚ୍ଚ କୋର୍ଟ । ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ପରମବୀର ସିଂଙ୍କୁ ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ SC
ପରମବୀର ସିଂଙ୍କୁ ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ SC

By

Published : Nov 22, 2021, 4:16 PM IST

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ (Param Bir Singh)ଙ୍କୁ ସାମାନ୍ୟ ଆଶ୍ବସ୍ତି । ଆଜି (ସୋମବାର) ସୁପ୍ରିମକୋର୍ଟ(SC) ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସହ ଅନ୍ତରୀଣ ସୁରକ୍ଷା (protection from arrest ) ପ୍ରଦାନ କରିଛନ୍ତି । ପଳାତକ ଘୋଷିତ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ପରମବୀର ସିଂ ପୂର୍ବରୁ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିିଥିଲେ ସୁଦ୍ଧା ତାହା କୋର୍ଟଙ୍କ ଦ୍ବାରା ଖାରଜ ହୋଇଥିଲା । ତେବେ ଆଜି ତାଙ୍କୁ ଏକାଧିକ ସର୍ତ୍ତ ସହ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଜଷ୍ଟିସ ସଂଜୟ କିଶାନ କୌଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ।

ଆଜି ଶୁଣାଣିରେ ପରମବୀରଙ୍କ ପକ୍ଷରୁୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୁଣେ ବାଲି କହିଥିଲେ ଯେ, ପରମବୀର ସିଂ ମୁମ୍ବାଇ ଫେରି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ସେ ମୁମ୍ବାଇ ଫେରିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏପରି ଯୁକ୍ତିରେ କୋର୍ଟ ଅସହମତି ପ୍ରକାଶ କରିବା ସହ କହିଛନ୍ତି, ଯଦି ସେ ମୁମ୍ବାଇ ପୋଲସ ଠାରୁ ଭୟ ଥିବା ଅନୁଭବ କରୁଛନ୍ତି, ତେବେ ମୁମ୍ବାଇର ସାଧାରଣ ଲୋକଙ୍କର ଅବସ୍ଥା କଣ ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ପରମବୀର ସିଂଙ୍କୁ କୋର୍ଟ ପରିସରରେ କୌଣସି ସିବିଆଇ (CBI) ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଅନୁମତି ଦେବା ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି ପରମବୀର ସିଂଙ୍କ ଓକିଲ ।

ବିସ୍ତୃତ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ତଥା ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ କିନ୍ତୁ ପୋଲିସ ତାଙ୍କୁ ତତ୍କାଳ ଗିରଫ କରିପାରିବ ନାହିଁ । ସେହିପରି ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି, ଦେଶ ମଧ୍ୟରେ କି ଦେଶ ବାହାରେ ତାହା ପ୍ରଥମେ ସ୍ପଷ୍ଟ କରନ୍ତୁ। ଆଜି (ସୋମବାର) ପରମବୀର ସିଂଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ ସ୍ପଷ୍ଟ କରିବାକୁ ତାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

@IANS

ABOUT THE AUTHOR

...view details