ନୂଆଦିଲ୍ଲୀ:ଗିରଫ ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ତାଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ପଞ୍ଜୀକୃତ ହୋଇଥିବା ସମସ୍ତ 6 ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି କୋର୍ଟ । ପୂର୍ବରୁ ମଧ୍ୟ ତାଙ୍କୁ ଜୁଲାଇ 20 ତାରିଖ ଯାଏ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ମହମ୍ମଦ ଜୁବୈରଙ୍କୁ ମିଲିଲା ଅନ୍ତରୀଣ ଜାମିନ - ମହମ୍ମଦ ଜୁବୈରଙ୍କୁ ବେଲ
ଜାମିନ ପାଇଲେ ଗିରଫ ସାମ୍ବାଦିକ ମହମ୍ମଦ ଜୁବୈର । ଉତ୍ତର ପ୍ରଦେଶରେ ଜୁବୈରଙ୍କ ବିରୋଧରେ ପଞ୍ଜୀକୃତ ସମସ୍ତ 6 ମାମଲାରେ ସର୍ବୋଚ୍ଚ କୋର୍ଟ ଦେଲେ ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

ମହମ୍ମଦ ଜୁବୈରଙ୍କୁ ମିଲିଲା ଅନ୍ତରୀଣ ଜାମିନ
ମହମ୍ମଦ ଜୁବୈର ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ତେବେ ଏକାଧିକ ଥାନାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲା ରଦ୍ଦ ଏବଂ SIT ଗଠନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୁବୈର । ତାଙ୍କୁ ଏହି ସବୁ ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଆବେଦନରେ ଦର୍ଶାଇଥିଲେ ଜୁବୈର । ତେବେ ମାମଲାର ଶୁଣାଣି 20 ତାରିଖ (ବୁଧବାର)କୁ ସ୍ଥିର କରିଥିଲେ ସୁପ୍ରିମକୋର୍ଟ । ତେବେ ଆଜି ଶୁଣାଣିରେ ଜୁବୈରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ