ନୂଆଦିଲ୍ଲୀ: ଗିରଫ ସାମ୍ବାଦିକ ମହମ୍ମଦ ଜୁିବେରଙ୍କୁ ପୁଣି ସର୍ବୋଚ୍ଚ କୋର୍ଟଙ୍କ ଆଶ୍ବସ୍ତି । ସୀତାପୁର ବିବାଦୀୟ ଟ୍ବିଟ ମାମଲାରେ ଆଜି ଶୁଣାଣିରେ ପୂର୍ବରୁ କୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ବଢାଇଛନ୍ତି । ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର 7 ତାରିଖକୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ । ଏହି ଅବଧି ମଧ୍ୟରେ ଜୁବେରଙ୍କୁ ଗିରଫ କରି ପାରିବନାହିଁ ପୋଲିସ । ସୀତାପୁର ପୋଲିସ ଦ୍ବାରା ଦାଖଲ ଏହି ମାମଲାକୁ ଖାରଜ କରିବା ପାଇଁ ଜୁବେର ପ୍ରଥମେ ଆହ୍ଲାବାଦ ହାଇକୋର୍ଟ ଓ ପରେ ନିରାଶ ହେବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ସର୍ବୋଚ୍ଚ କୋର୍ଟ ମାତ୍ର 5 ଦିନ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ଆଜି ଏହି ଅବଧିକୁ ବଢାଯାଇଛି ।
ଏହା ମଧ୍ୟ ପଢନ୍ତୁ:-ଆଜି ମହମ୍ମଦ ଜୁବେରଙ୍କ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ