ନୂଆଦିଲ୍ଲୀ:ପଶ୍ଚିମବଙ୍ଗ BJPରୁ ଇସ୍ତଫା ଦେଇ TMCରେ ସାମିଲ ହୋଇଥିବା ବିଧାୟକ ମୁକୁଲ ରାୟ (Mukul Roy)ଙ୍କ ବିଧାୟକ ପଦ ରଦ୍ଦ (disqualification petition) ନେଇ ହୋଇଥିବା ଆବେଦନର ନିଷ୍ପତ୍ତି ନେବାକୁ ପଶ୍ଚିମବଙ୍ଗ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ (SC) । ଆଜି (ସୋମବାର)ଏହି ମାମଲାରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତାବର୍ଷ (2022) ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ଏହି ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି । ଜଷ୍ଟିସ୍ ଏଲ. ନାଗେଶ୍ବର ରାଓ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ସମ୍ବିଧାନର ଦଶମ ଅନୁସୂଚୀତ (Tenth Schedule of the constitution)ଅନୁଯାୟୀ ଏହିପରି ସମସ୍ୟାରେ ବାଚସ୍ପତି ନିର୍ଣ୍ଣୟ ନେଇ ପାରିବେ । ତେବେ ଏକାଧିକ ପ୍ରସଙ୍ଗରେ ବାଚସ୍ପତିଙ୍କ ଦ୍ବାରା ନିର୍ଣ୍ଣୟ ପ୍ରକ୍ରିୟା ବିଳମ୍ବ ହେଉଥିବା ସାମ୍ନାକୁ ଆସୁଛି ବୋଲି କହିଥିଲେ କୋର୍ଟ । ତେଣୁ ବାଚସ୍ପତି ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ଖଣ୍ଡପୀଠ ।