ଓଡିଶା

odisha

ETV Bharat / bharat

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରାହ ମାମଲା ଖାରଜ - ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରାହ ମାମଲା ଖାରଜ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ଖାରଜ ହେଲା ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲା । ଅଧିକ ପଢନ୍ତୁ...

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରାହ ମାମଲା ଖାରଜ
ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରାହ ମାମଲା ଖାରଜ

By

Published : Mar 3, 2021, 1:31 PM IST

Updated : Mar 3, 2021, 1:51 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଆଶ୍ବସ୍ତି । ସୁପ୍ରିମକୋର୍ଟରେ ଖାରଜ ହେଲା ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲା । ଫାରୁକ ଅବଦୁଲ୍ଲାଙ୍କ ଏକ ବୟାନକୁ ଦେଶଦ୍ରୋହ କହି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହି ମାମଲାରେ ଜଷ୍ଟିସ କିଶାନ କୌଲ ଶୁଣାଣି କରି କହିଥିଲେ ଯେ, ସରକାରଙ୍କ ସହ ବିଚାରଧାରା ସମାନ ହୋଇନପାରେ । କିନ୍ତୁ ତାଙ୍କୁ ଦେଶଦ୍ରୋହ କୁହାଯିବ ନାହିଁ ।

ଏହି ମାମଲାରୁ ଶୁଣାଣି କରି ସୁପ୍ରିମକୋର୍ଟ ଫାରୁକଙ୍କ ବିରୋଧରେ ଆବଶ୍ୟକ୍ତ ତଥ୍ୟ ଦେଇନପାରିବାରୁ କୋର୍ଟ ଆବେଦନକାରୀଙ୍କ ବିରୋଧରେ ୫୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଆବେଦନକାରୀ କହିଥିଲେ ଯେ ଧାରା ୩୭୦ ବିରୋଧରେ ଲଢ଼େଇ ପାଇଁ ଅବଦୁଲ୍ଲା ଚାଇନା ଏବଂ ପାକିସ୍ତାନ ପାଖରୁ ଆର୍ଥିକ ସହାୟତା ମାଗିଥିଲେ।

ସୂଚନାଯୋଗ୍ୟ, 2019ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା 370 କୁ ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ଫାରୁକ ଅବଦୁଲ୍ଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Mar 3, 2021, 1:51 PM IST

ABOUT THE AUTHOR

...view details