ନୂଆଦିଲ୍ଲୀ: ଗିରଫ ସାମ୍ବାଦିକ ମହମ୍ମଦ ଜୁବୈରଙ୍କୁ ପୁଣି ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି । ଜୁବୈରଙ୍କ ବିରୋଧରେ ଦାଏର ହୋଇଥିବା ଯେକୌଣସି ମାମଲାରେ 20 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଉତ୍ତର ପ୍ରଦେଶ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଏସ୍.ବୋପାନ୍ନାଙ୍କୁ ନେଇ ଗଠିତ ବେଞ୍ଚ ଆଜି (ସୋମବାର) ଜୁବେରଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରିବା ସହ ଉତ୍ତର ପ୍ରଦେଶ ପୋଲିସକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜୁବୈରଙ୍କୁ ସର୍ବୋଚ୍ଚ କୋର୍ଟରୁ ଆଶ୍ୱସ୍ତି, 20 ଯାଏଁ ଗିରଫ କରିପାରିବ ନାହିଁ ଉତ୍ତର ପ୍ରଦେଶ ପୋଲିସ
ଗିରଫ ସମ୍ବାଦିକ ମହମ୍ମଦ ଜୁବୈରଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଲେ ସର୍ବୋଚ୍ଚ କୋର୍ଟ । 20 ତାରିଖ ଯାଏ କୌଣସି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ଉତ୍ତର ପ୍ରଦେଶ ପୋଲିସ । 20 ରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ
ଜୁବେରଙ୍କୁ ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି, 20 ଯାଏ ଗିରଫ କରିପାରିବ ନାହିଁ ଉତ୍ତର ପ୍ରଦେଶ ପୋଲିସ
ମହମ୍ମଦ ଜୁବୈର ଉତ୍ତର ପ୍ରଦେଶରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲା ରଦ୍ଦ ଏବଂ SIT ଗଠନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତାଙ୍କୁ ଏହି ସବୁ ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଆବେଦନରେ ଦର୍ଶାଇଥିଲେ ଜୁବୈର । ତେବେ କୋର୍ଟ ତାଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବା ସହ ଆଗାମୀ ଶୁଣାଣି 20 ତାରିଖକୁ ସ୍ଥିର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ