ଓଡିଶା

odisha

ETV Bharat / bharat

36 ବିଦେଶୀ ତବଲିଗି ଜମାତଙ୍କୁ ସ୍ବଦେଶ ପଠେଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - 36 ବିଦେଶୀ ତବଲିଗୀ ଜମାତୀ

ତବଲିଗି ଜମାତ ଘଟଣାରେ ଲକଡାଉନ୍ ଗାଇଡଲାଇନ ଉଲ୍ଲଂଘନ କରି ବନ୍ଦୀ ଥିବା 36 ଜଣ ବିଦେଶୀ ନାଗରିକଙ୍କୁ ନୋଡାଲ୍ ଅଫିସରଙ୍କ ନିକଟରେ ପ୍ରତିନିଧିତ୍ବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

By

Published : Dec 21, 2020, 7:30 PM IST

ନୂଆଦିଲ୍ଲୀ: ତବଲିଗି ଜମାତ ଘଟଣାରେ ଲକଡାଉନ୍ ଗାଇଡଲାଇନ ଉଲ୍ଲଂଘନ କରି ବନ୍ଦୀ ଥିବା 36 ଜଣ ବିଦେଶୀ ନାଗରିକଙ୍କୁ ନୋଡାଲ୍ ଅଫିସରଙ୍କ ନିକଟରେ ପ୍ରତିନିଧିତ୍ବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ବିଦେଶୀ ନାଗରିକ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେତାଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । କାର୍ଯ୍ୟାଳୟ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଛି ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ଦିଲ୍ଲୀର ନିଜାମୁଦ୍ଦିନରେ ଜମାତ ପାଇଁ ଗୃହ ମନ୍ତ୍ରଣାଳୟରେ କଳା ତାଲିକାଭୁକ୍ତ ହୋଇଥିବା 36 ଜଣ ବିଦେଶୀ ତଥା ତବଲିଗି ଜମାତର ସଦସ୍ୟଙ୍କ ଆବେଦନକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଝାଡଖଣ୍ଡରେ ପଞ୍ଜୀକୃତ ହୋଇଥିବା ଦୁଇଟି ଏଫ୍ଆଇଆର୍ ବିଷୟରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହାର ମାମଲା ବିଚାରାଧୀନ ରହିଛି। 2 ମାସ ମଧ୍ୟରେ ଶୁଣାଣି ଶେଷ ହେବ ଏବଂ ସୁପ୍ରିମକୋର୍ଟଙ୍କ ଆଗରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସମ୍ପୃକ୍ତ ଟ୍ରାଏଲ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। 5 ଜାନୁୟାରୀ 2021ରେ କୋର୍ଟ ପୁନର୍ବାର ଏହି ମାମଲାର ଶୁଣାଣି କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details