ଓଡିଶା

odisha

ETV Bharat / bharat

11 ଜଣ ଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚିତ ରଖିଥିଲା AIIMS, ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ - AIIMS

ମଙ୍ଗଳବାର ସୁପ୍ରିମକୋର୍ଟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଗୋରଖପୁରକୁ 11 ଜଣ ପ୍ରଥମ ବର୍ଷର ଛାତ୍ରଙ୍କ ପାଇଁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପରୀକ୍ଷାରୁ ବଞ୍ଚିତ ରଖିଥିଲା AIIMS
ପରୀକ୍ଷାରୁ ବଞ୍ଚିତ ରଖିଥିଲା AIIMS

By

Published : Feb 16, 2021, 5:33 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଗୋରଖପୁରକୁ 11 ଜଣ ପ୍ରଥମ ବର୍ଷର ଛାତ୍ରଙ୍କ ପାଇଁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ-19 କାରଣରୁ ସେମାନଙ୍କ ଉପସ୍ଥାପନା କମ୍ ଥିଲା, ଏହି କାରଣରୁ ଏମ୍ସ ସେମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ ରଖିଥିଲା ।

ଅଦାଲତ କହିଛନ୍ତି ଯେ ମହାମାରୀ ହେତୁ 11 ଜଣ ଛାତ୍ରଙ୍କ ଉପସ୍ଥାପନା କମ୍ ରହିଛି ତେଣୁ ସେମାନଙ୍କୁ ଏଥିପାଇଁ ପରୀକ୍ଷାରୁ ବାରଣ କରାଯାଇ ପାରିବ ନାହିଁ । ଏନେଇ କଲେଜ ବିବାଦ ଘେରକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓ ଏବଂ ଜଷ୍ଟିସ୍ ରବିନ୍ଦ୍ର ଭଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଛାତ୍ରଛାତ୍ରୀଙ୍କ ଏହି ଆବେଦନର ଶୁଣାଣି କରିଥିଲେ । ​​ଏଥିରେ ଦର୍ଶାଯାଇଥିଲା ଯେ ସେମାନଙ୍କ ମଧ୍ୟରୁ କେତେକ ଦୁର୍ଗମ ଅଞ୍ଚଳର ତେଣୁ ଅନଲାଇନ୍ କ୍ଲାସରେ ଯୋଗ ଦେଇପାରିନଥିଲେ ।

ସେମାନେ ନିବେଦନ କରିଛନ୍ତି ଯେ ଏମ୍ସ ଦ୍ବାରା ପରିଚାଳିତ ଅନ୍ୟ ବୃତ୍ତିଗତ ପରୀକ୍ଷା ପରି ସୁବିଧା ଦିଆଯାଉ । ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ମହାମାରୀକୁ ବିଚାର କରି ଛାତ୍ରଙ୍କ ସପକ୍ଷରେ ଏହି ଆଦେଶ ଦେଉଛନ୍ତି କିନ୍ତୁ ଭବିଷ୍ୟତରେ ଏହାକୁ ପ୍ରାଥମିକତା ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details