ଓଡିଶା

odisha

ETV Bharat / bharat

ନୂପୁରଙ୍କ ଗିରଫଦାରୀ ଆବେଦନ: ତ୍ୱରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ - ନୂପୁର ଶର୍ମା ମାମଲା ତ୍ବରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂପୁର ଶର୍ମାଙ୍କ ଗିରଫଦାରୀ ଆବେଦନର ତ୍ବରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ନୂପୁର ଶର୍ମାଙ୍କ ଗିରଫଦାରୀ ଆବେଦନ: ତ୍ବରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ନୂପୁର ଶର୍ମାଙ୍କ ଗିରଫଦାରୀ ଆବେଦନ: ତ୍ବରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

By

Published : Jul 6, 2022, 7:04 PM IST

ନୂଆଦିଲ୍ଲୀ:ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଗିରଫଦାରୀ ମାମଲାର ତ୍ବରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ( SC declines urgent listing of plea seeking Nupur Sharma's arrset) । ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମହେଶ୍ବରୀଙ୍କ ଏକ ଅବକାଶକାଳୀନ ଖଣ୍ଡପୀଠ ତ୍ବରିତ ଶୁଣାଣି ପାଇଁ ମାମଲା ତାଲିକାଭୁକ୍ତ କରିବାକୁ ମନା କରିଦେଇଛନ୍ତି । ଏକ ଟିଭି ଡିବେଟରେ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ ନୂପୁରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ ହୋଇଥିଲା ।

ଆବେଦନ କରିଥିବା ଆଇନଜୀବୀ ଅବୁ ସୋହେଲ ଖଣ୍ଡପୀଠ ଆଗରେ କହିଥିଲେ ଯେ, ନୂପୁର ଶର୍ମାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତେଣୁ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ସେ ଆବେଦନରେ ଦାବି କରିଥିଲେ । ଏହାକୁ ନେଇ ଖଣ୍ଡପୀଠ, ମାମଲା ତାଲିକାଭୁକ୍ତ ହେବା ପାଇଁ ପ୍ରଥମେ ଏହାକୁ ରେଜିଷ୍ଟର ଜେନେରାଲଙ୍କ ନିକଟରେ ରେଜିଷ୍ଟର ଭୁକ୍ତ କରିବାକୁ ଆଇନଜୀବୀଙ୍କୁ କହିଛନ୍ତି । ଏହାସହିତ ତ୍ବରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ଏହାପୂର୍ବରୁ ଜୁଲାଇ ୧ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପର୍ଦ୍ଦିୱାଲାଙ୍କ ଖଣ୍ଡପୀଠ ନୂପୁର ଶର୍ମାଙ୍କ ଏକ ଆବେଦନର ଶୁଣାଣି ସମୟରେ ତାଙ୍କୁ କଡା ଭର୍ତ୍ସନା କରିଥିଲେ । ଉଦୟପୁର ହତ୍ୟାକାଣ୍ଡ ସମେତ ଯାହାସବୁ ହିଂସାକାଣ୍ଡ ଘଟିଛି ସେଥିପାଇଁ ଖଣ୍ଡପୀଠ ନୂପୁରଙ୍କୁ ଦାୟୀ କରିଥିଲେ ଏବଂ ଦେଶବାସୀଙ୍କୁ କ୍ଷମପ୍ରାର୍ଥନା କରିବାକୁ କହିଥିଲେ ।

ABOUT THE AUTHOR

...view details