ଓଡିଶା

odisha

ETV Bharat / bharat

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ - ବଦଳି ହେବେ ଜଷ୍ଚିସ ଏସ ମୁରଲୀଧରନ

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଚିସ ଏସ.ମୁରଲିଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ । ଅଧିକ ପଢନ୍ତୁ

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମାଡ୍ରାସ ହାଇକୋର୍ଟଙ୍କୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମାଡ୍ରାସ ହାଇକୋର୍ଟଙ୍କୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

By

Published : Sep 29, 2022, 2:41 PM IST

Updated : Sep 29, 2022, 5:05 PM IST

ଭୁବନେଶ୍ବର:ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ.ମୁରଲିଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ୨୦୨୧ ଜାନୁଆରୀ ୪ ତାରିଖରେ ଜଷ୍ଟିସ୍‌ ଏସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।

ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ ରହିଛନ୍ତି ।

ଜଷ୍ଟିସ୍‌ ଏସ.ମୁରଲିଧରନ ୧୯୮୪ ସମିହା ସପ୍ଟେମ୍ବର ମାସରେ ଚେନ୍ନାଇରୁ ଓକିଲାତି ଆରମ୍ଭ କରିଥିଲେ । ତିନି ବର୍ଷପରେ ସେ ଦିଲ୍ଲୀକୁ ଆସି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି ଅଭ୍ୟାସ ଜାରି ରଖିଥିଲେ । ଜଷ୍ଟିସ୍‌ ଏସ.ମୁରଲିଧରନ ପ୍ରଥମେ ୨୦୦୬ରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ୨୦୦୬ ମେ ମାସରେ ପଞ୍ଜାବ ହରିୟାଣାକୁ ବଦଳି ହୋଇଥିଲେ । ଏହାପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସଞ୍ଜୟ କିଶାନ କୌଲ ରହିଛନ୍ତି । ଗତକାଲି (ବୁଧବାର) ହାଇକୋର୍ଟର ବିଚାରପତିଙ୍କ ସ୍ଥାନାନ୍ତର ନେଇ କଲେଜିୟମରେ ଆଲୋଚନା ହୋଇଥିଲେ । ପରେ ଏହି ସୁପାରିଶ କରିଛନ୍ତି କଲେଜିୟମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

Last Updated : Sep 29, 2022, 5:05 PM IST

ABOUT THE AUTHOR

...view details