ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପାଇଁ ଡାକ୍ତରୀ ପଢା ପ୍ରଭାବିତ ହୋଇଛି । ପ୍ରଭାବିତ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀ (Ukraine returned student)ଙ୍କୁ ଭାରତ ତଥା ଓଡିଶାରେ ଥିବା ବିଭିନ୍ନ ମେଡିକାଲ କଲେଜ (SC on future of Ukraine returned student) ରେ ପାଠ ପଢିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନେକ ଛାତ୍ରଛାତ୍ରୀଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ମିଳିତ ଖଣ୍ଡପୀଠ । ଏହି ପ୍ରଭାବିତ ଛାତ୍ରଛାତ୍ରୀ ଭାରତରେ ସେମାନଙ୍କ ମେଡିକାଲ ପାଠ୍ୟକ୍ରମ ଶେଷ କରିବା ପାଇଁ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ । ତେବେ କୋର୍ଟ ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ଏହାର ଜବାବ କୋର୍ଟଙ୍କୁ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ରହିଛି ।
ଭାରତୀୟ କଲେଜରେ ୨୦ ହଜାର ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେବା ସମ୍ଭବ ନୁହେଁ ଏବଂ ସେମାନଙ୍କୁ ବିଦେଶୀ କଲେଜ ଯିବାକୁ ପଡିବ ବୋଲି କେନ୍ଦ୍ର ସରକାର କହିଥିଲେ । କେନ୍ଦ୍ର ସରକାରଙ୍କ ଏହି ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ସହ ସରକାର ଯୋଗାଯାଗ କରି କଲେଜଗୁଡ଼ିକର ସବିଶେଷ ତଥ୍ୟ, ସିଟର ଉପଲବ୍ଧତା ଆଦି ପ୍ରଦାନ କରିବା ଲାଗି ଏରକ ପୋର୍ଟାଲ ଲଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଦ୍ବାରା ଛାତ୍ରଛାତ୍ରୀ ମେଡ଼ିକାଲ କଲେଜରେ ଆଡମିଶନ ପାଇପାରିବା ସହିତ ଏଜେଣ୍ଟଙ୍କ ଠକେଇରୁ ବଞ୍ଚିତ ହୋଇପାରିବେ ।