ଓଡିଶା

odisha

ETV Bharat / bharat

PEGASUS ISSUE: ଟେକ୍ନିକାଲ ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ - ବୈଷୟିକ ବିଶେଷଜ୍ଞ କମିଟି

ପେଗାସସ ଜାସୁସୀ ପ୍ରସଙ୍ଗ । ଏହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

PEGASUS ISSUE:  ଟେକନିକାଲ ଏକ୍ସପର୍ଟ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ
PEGASUS ISSUE: ଟେକନିକାଲ ଏକ୍ସପର୍ଟ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

By

Published : Sep 23, 2021, 12:49 PM IST

ନୂଆଦିଲ୍ଲୀ: ପେଗାସସ ମାମଲାରେ ଏକ ବୈଷୟିକ ବିଶେଷଜ୍ଞ କମିଟି ବା ଟେକ୍ନିକାଲ ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ । ଏହି ସ୍ବତନ୍ତ୍ର କମିଟି ଏ ସମ୍ପର୍କରେ ଅଧିକ ଯାଞ୍ଚ କରିବେ । ତେବେ ଏହି କମିଟି ଗଠନ କରିବା ପାଇଁ କିଛି ବିଶେଷଜ୍ଞ ବ୍ୟକ୍ତିଗତ ସମସ୍ୟା ଦେଖାଉଥିବାରୁ କମିଟି ଗଠନ ହେବାରେ ସମୟ ଲାଗୁଛି ବୋଲି CJI ତଥା ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା କହିଛନ୍ତି ।

ଏହି ମାମଲାରେ ଯାଞ୍ଚ ପାଇଁ ବୈଷୟିକ ବିଶେଷଜ୍ଞ କମିଟି ପାଇଁ କୋର୍ଟ କହିଥିବା ବେଳେ ବିଶେଷଜ୍ଞଙ୍କ ତାଲିକା ଆଗାମୀ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରାଯାଇ ଘୋଷଣା କରାଯିବ ବୋଲି ରମଣା କହିଛନ୍ତି । ତେବେ ବାସ୍ତବରେ ମୋବାଇଲ ହ୍ୟାକିଂ ପାଇଁ ଏହି ପେଗାସସ ଡିଭାଇସ ବ୍ୟବହାର ହେଉଥିଲା କି ନାହିଁ ସେ ସମ୍ପର୍କରେ କମିଟି ଯାଞ୍ଚ କରିବ । ତେବେ ଗତ ସେପ୍ଟେମ୍ବର ୧୩ ତାରିଖରେ ଏହି ମାମଲାରେ ଶୁଣାଣିକୁ କୋର୍ଟ ସ୍ଥଗିତ ରଖିଥିଲେ ।

ଏହା ବି ପଢନ୍ତୁ: Pegasus issue: କଠୋର ହେଲେ ସୁପ୍ରିମକୋର୍ଟ, ସରକାର ଦାଖଲ କରିବେନି ସତ୍ୟପାଠ

ଏହି ମାମଲାରେ ଗତ ଅଗଷ୍ଟରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଉଠିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାସହ ଅଭିଯୋଗର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ ବୈଷୟିକ କମିଟି ଗଠନ କରିବେ ବୋଲି କୋର୍ଟଙ୍କୁ ଅବଗତ ମଧ୍ୟ କରିଥିଲେ । କମିଟି ଅଭିଯୋଗର ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦେବ ବୋଲି କୁହାଯାଇଥିଲା । ତେବେ ଏହି ବୈଷୟିକ କମିଟି ଗଠନ କରିବେ ବୋଲି କହିଛନ୍ତି ସୁପ୍ରମିକୋର୍ଟ ।

ଏହା ବି ପଢନ୍ତୁ: ପେଗାସସ ସ୍ପାଇ ୱେର: ଟାର୍ଗେଟରେ VVIP, 50 ହଜାରରୁ ଊର୍ଦ୍ଧ୍ବ ଫୋନ ହ୍ୟାକ୍‌

ତେବେ ସୂଚନା ଥାଉ କି ପେଗାସସ ହେଉଛି ଏକ ଡିଭାଇସ୍ ଯାହା ଆଇଫୋନ ଆଣ୍ଡ୍ରଏଡ୍ ଡିଭାଇସକୁ ହ୍ୟାକ କରିଥାଏ । ଏଥିରେ ମାଲୱେର ପଠାଗଲେ ତାହା ଫୋନର ମେସେଜ, ଫଟୋ ଏବଂ ଏପରିକି ଇ-ମେଲ୍ ବି ଦେଖିପାରେ । ଏହା ସହିତ ଫୋନ କଲ ବି ରେକର୍ଡ କରାଯାଇଥାଏ । ଏଥିରେ 50 ହଜାରରୁ ଅଧିକ ଫୋନ ନମ୍ବର ହ୍ୟାକ କରାଯାଇଥିବା ରିପୋର୍ଟରୁ ସୂଚନା ମିଳିଥିଲା । 50ଟି ଦେଶର ପ୍ରାୟ ହଜାରେ ଲୋକ ଏହି ହ୍ୟାକିଂର ଶିକାର ହୋଇଛନ୍ତି । ଭାରତରେ 189 ଜଣ ସାମ୍ବାଦିକ, 600 ଜଣ ରାଜନେତା ଏବଂ ସରକାରୀ ଅଧିକାରୀ, 65 ଜଣ ବ୍ୟବସାୟୀ, 85 ମାନବାଧିକାର କର୍ମୀ ଏହାର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ବିରୋଧୀ କେନ୍ଦ୍ର ସରାକରଙ୍କୁ ଘେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details