ନୂଆଦିଲ୍ଲୀ: ଦେଶରେ ଦଶମ ଓ ଦ୍ବାଦଶ ବୋର୍ଡ ଅଫଲାଇନ ପରୀକ୍ଷା ବାତିଲ କରିବାକୁ ନେଇ ହୋଇଥିବା ଆବେଦନରେ ଖୁବଶୀଘ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି ଯେ, ଜଷ୍ଟିସ ଏଏମ ଖାନାୱିଲକରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ଦଶମ ଓ ଦ୍ବାଦଶ ଅଫଲାଇନ ପରୀକ୍ଷା ବାତିଲ ନେଇ ଶୀଘ୍ର ରାୟ ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ - ଦଶମ ଓ ଦ୍ବାଦଶ ବୋର୍ଡ ଅଫଲାଇନ ପରୀକ୍ଷା ବାତିଲ ଦାବି
ଦେଶରେ ଦଶମ ଓ ଦ୍ବାଦଶ ବୋର୍ଡ ଅଫଲାଇନ ପରୀକ୍ଷା ବାତିଲ ନେଇ ହୋଇଥିବା ଆବେଦନରେ ଖୁବଶୀଘ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ
କୋରାନା ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଥିବାବେଳେ ଗତ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଅଫଲାଇନ ପରୀକ୍ଷାକୁ ସବୁ ରାଜ୍ୟରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆବେଦନରେ ସମସ୍ତ ରାଜ୍ୟ ବୋର୍ଡ, CBSE ଏବଂ ISCE ଦଶମ ଓ ଦ୍ୱାଦଶ ବୋର୍ଡର ଅଫଲାଇନ ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଛି। ଆବେଦନରେ କୁହାଯାଇଛି ଯେ, କୋରୋନା ଯୋଗୁଁ ଅଫଲାଇନ କ୍ଲାସ ହୋଇପାରିନଥିଲା। ତେଣୁ ଅଫଲାଇନ ପରୀକ୍ଷା ପରିବର୍ତ୍ତେ ଅନଲାଇନ ପରୀକ୍ଷା କରାଯିବା ଉଚିତ୍ ।
ଏହି ଆବେଦନରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ବେଞ୍ଚରେ ମାମଲାକୁ ତାଲିକାଭୁକ୍ତ କରାଯିବ । ଅନ୍ୟପଟେ ଓକିଲ ତଥା ଶିଶୁ ଅଧିକାର କର୍ମୀ ଅନୁଭା ସହାୟ ଶ୍ରୀବାସ୍ତବ ମଧ୍ୟ ଅଫଲାଇନ ପରୀକ୍ଷା ପରିବର୍ତ୍ତେ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ମାଧ୍ୟମରେ ଫଳାଫଳ ଦେବାକୁ ଏକ ଆବେଦନ କରିଛନ୍ତି । ଏଥିସହ ଫଳାଫଳ ଠିକ ସମୟରେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି।