ଓଡିଶା

odisha

By

Published : Jan 18, 2021, 3:43 PM IST

ETV Bharat / bharat

ଛତିଶଗଡ ‘ସେକ୍ସ ସିଡି’ ମାମଲାର ଶୁଣାଣି ସ୍ଥଗିତ ରଖିଲେ ସର୍ବୋଚ୍ଚ କୋର୍ଟ

ସେକ୍ସ ସିଡି ମାମଲାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କଲେ ସର୍ବୋଚ୍ଚ ନ୍ଯାୟାଳୟ । ଅଧିକ ପଢନ୍ତୁୁ......

ଛତିଶଗଡ ‘ସେକ୍ସ ସିଡି’ ମାମଲାର ଶୁଣାଣି ସ୍ତଗିତ ରଖିଲେ ସର୍ବୋଚ୍ଚକୋର୍ଟ
ଛତିଶଗଡ ‘ସେକ୍ସ ସିଡି’ ମାମଲାର ଶୁଣାଣି ସ୍ତଗିତ ରଖିଲେ ସର୍ବୋଚ୍ଚକୋର୍ଟ

ନୂଆଦିଲ୍ଲୀ: ସେକ୍ସ ସିଡି ମାମଲାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମ୍ପୃକ୍ତି ଅଭିଯୋଗରେ ସିବିଆଇ ଦ୍ବାରା ଦାଖଲ ହୋଇଥିବା ଟ୍ରାନ୍ସଫର ଆବେଦନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ଏହାକୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ଯନ୍ତ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ କୋର୍ଟ । 2017 ମସିହାରେ ଏହି ମାମଲା ଦାୟର କରିଥିଲା ସିବିଆଇ ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ହୋଇଥିବା ଏହି ମାମଲାର ଶୁଣାଣି କରିବା ସହ ସିବିଆଇ ଦାଖଲ କରିଥିବା ଟ୍ରାନ୍ସଫର ଆବେଦନକୁ ଫେବୃଆରୀ ଦ୍ୱିତୀୟ ସପ୍ତାହକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନକଲି ସେକ୍ସ ସିଡି ମାମଲାରେ ପୂର୍ବତନ ପୂର୍ତ୍ତମନ୍ତ୍ରୀ ତଥା ବିଜେପି ନେତା ରାଜେଶ ମୁନାତଙ୍କୁ ଛନ୍ଦିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ସିବିଆଇ 2017 ମସିହାରେ ବାଘେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା । ସେତେବେଳେ ବାଘେଲ ରାଜ୍ୟ କଂଗ୍ରେସ ସଭାପତି ଥିଲେ । ବିଜେପି ନେତା ମୁନାତ ବାଘେଲ ଓ ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମାଙ୍କ ବିରୋଧରେ ଏକ ନକଲି ସେକ୍ସ ସିଡି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ହୋଇଥିଲା । ତତ୍କାଳୀନ ବିଜେପି ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details