ଓଡିଶା

odisha

ETV Bharat / bharat

କୋଭିଡ ଟୀକାକରଣ ପାଇଁ ପିଏମ ଫଣ୍ଡକୁ SBIର 11 କୋଟି ପାଣ୍ଠି ଦାନ

ଦେଶରେ କୋଭିଡ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ 11 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ ଟୀକାକରଣ ପାଇଁ ପିଏମ ଫଣ୍ଡକୁ SBIର 11 କୋଟି ପାଣ୍ଠି ଦାନ
କୋଭିଡ ଟୀକାକରଣ ପାଇଁ ପିଏମ ଫଣ୍ଡକୁ SBIର 11 କୋଟି ପାଣ୍ଠି ଦାନ

By

Published : Mar 2, 2021, 6:34 PM IST

ମୁମ୍ବାଇ:ଦେଶରେ କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ କେନ୍ଦ୍ର ସରକାରଙ୍କୁ ସହାୟତା ଯୋଗାଇବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ପିଏମ କେୟାର ଫଣ୍ଡ୍‌ସକୁ 11 କୋଟି ଟଙ୍କା ପାଣ୍ଠି ସୋମବାର ପ୍ରଦାନ କରିଛି ।

ଏହି ପାଣ୍ଠି ଦାନ ସମ୍ପର୍କରେ ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା କହିଛନ୍ତି ଯେ ଏହି କୋଭିଡ ମହାମାରୀ ସମୟରେ ଦେଶବାସୀଙ୍କୁ ଏକତା ଦେଖାଇବା ଜରୁରୀ ହୋଇପଡିଛି । ମହାମାରୀ ବିରୋଧରେ ଦେଶ ଲଢିବା ପ୍ରକ୍ରିୟାକୁ ଉଚ୍ଚ ପ୍ରଶଂସନୀୟ । ମହାମାରୀ ବିରୋଧରେ ଦେଶ ଲଢିବା ସହିତ ସ୍ବଦେଶୀ ଟିକା ପ୍ରସ୍ତୁତ କରି ବିଶ୍ବକୁ ପଠାଇଛି । ତେବେ ଏଯାବତ୍‌ ମହାମାରୀ ବିରୋଧରେ ଲଢେଇ ଶେଷ ହୋଇନାହିଁ । ତେବେ ଦାୟିତ୍ବବାନ କର୍ପୋରେଟ ସଂସ୍ଥା ଭାବେ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ସହାୟତା ଯୋଗାଇବା ପାଇଁ 11 କୋଟି ଟଙ୍କା ପାଣ୍ଠି ଦାନ କରାଯାଉଛି ବୋଲି କହିଥିଲେ ।

ଏହାସହିତ ଦେଶବାସୀଙ୍କୁ ଆଗକୁ ଆସି ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହାୟତା କରି ଦେଶରେ ଟୀକାକରଣକୁ ସଫଳ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି । ତେବେ ଗତବର୍ଷ ଏସବିଆଇ ବ୍ୟାଙ୍କ ନିଜ ବାର୍ଷିକ ଆୟର 0.25 ପ୍ରତିଶତ ଅର୍ଥ ମହାମାରୀ ବିରୋଧରେ ଲଢିବା ପାଇଁ ସହାୟତା ଯୋଗାଇଥିଲେ । ଏହାସହିତ ମାସ୍କ, ସାନିଟାଇଜର ଆଦି ଜରୁରୀକାଳୀନ ଜିନିଷ ଆବଶ୍ୟକ କରୁଥିବା ଲୋକଙ୍କୁ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏହି ବ୍ୟାଙ୍କର କର୍ମଚାରୀମାନେ ନିଜ ସାମର୍ଥ୍ୟ ଅନୁସାରେ ମୋଟ 107 କୋଟି ଟଙ୍କା ପିଏମ କେୟାର ଫଣ୍ଡସରେ ଯୋଗଦାନ କରିଥିବା ଜଣାପଡିଛି ।

@ANI

ABOUT THE AUTHOR

...view details